Odia News Portal

Tejas Mk-1A ଲଢ଼ୁଆ ବିମାନର ପ୍ରଥମ ଉଡ଼ାଣ ସଫଳ

ଭାରତର ସ୍ବଦେଶୀ ଲଢୁଆ ବିମାନ ତେଜସ୍ ନାସିକ ହାଲ୍ କାରଖାନାରେ ନିର୍ମିତ ହୋଇଛି । Tejas Mk-1A ଲଢ଼ୁଆ ବିମାନର ଲୋକାର୍ପଣ ଏବଂ ଏହାର ସଫଳ ଉଡ଼ାଣ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଏହା ଏକ ଐତିହାସିକ ଉପଲବ୍ଧି ।ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ (HAL)ର ନାସିକ୍ ଠାରେ ଥିବା କାରଖାନାରେ ଏହା ନିର୍ମିତ ହୋଇଛି । ଭାରତୀୟ ବାୟୁସେନାକୁ ପ୍ରାରମ୍ଭିକ ଭାବେ ଦୁଇଟି ବିମାନ ଆନୁଷ୍ଠାନିକ ହସ୍ତାନ୍ତର କରିଛି ହାଲ୍ । ତେଜସ୍ ମାର୍କ-୧ ଏ ହେଉଛି ଏକ ଉନ୍ନତ ୪.୫-ଜେନେରେସନ୍ ହାଲୁକା ଲଢୁଆ ବିମାନ । ଏଥିରେ ମାର୍କ-୧ ତୁଳନାରେ ଅଧିକ ଉନ୍ନତ ଏଭିଓନିକ୍ସ, ଇଲେକ୍ଟ୍ରୋନିକ୍ ଯୁଦ୍ଧ ସୁଇଟ୍ ଏବଂ ଆଷ୍ଟ୍ରା ବିୟଣ୍ଡ-ଭିଜୁଆଲ-ରେଞ୍ଜ୍ କ୍ଷେପଣାସ୍ତ୍ର ଭଳି ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ସହିତ ଏହା ସୁସଜ୍ଜିତ । ତେଜସ୍ Mk1A ଏକ ୪.୫-ପିଢ଼ିର ବହୁ-ଭୂମିକା ଥିବା ଯୁଦ୍ଧ ବିମାନ । ଯାହା ବାୟୁରେ ରହି ଦେଶକୁ ସୁରକ୍ଷା ଦେବା ସହ ଭୂମି ଉପରେ ମଧ୍ୟ ଆକ୍ରମଣ କରିପାରିବ । ଭାରତୀୟ ବାୟୁସେନା ପାଖରେ ପୂର୍ବରୁ ତେଜସ୍ ବିମାନ ଅଛି, କିନ୍ତୁ ତେଜସ୍ Mk1A ଏକ ଉନ୍ନତ ସଂସ୍କରଣ ଯେଉଁଥିରେ ଅନେକ ନୂତନ ପ୍ରଯୁକ୍ତିବିଦ୍ୟାକୁ ଅନ୍ତର୍ଭୁକ୍ତ କରାଯାଇଛି ।