Odia News Portal

ପାକିସ୍ତାନ ଉପରେ ଆତଙ୍କୀ ଆକ୍ରମଣ

ପୁଣି ଥରେ ପାକିସ୍ତାନ ଉପରେ ହୋଇଛି ଆତଙ୍କୀ ହାମଲା । ପାକିସ୍ତାନର ଜନବହୁଳ ସହର କରାଚିରେ ଗତକାଲି କିଛି ଅଜଣା ସଶସ୍ତ୍ର ଆତଙ୍କବାଦୀ ପୁଲିସ ମୁଖ୍ୟାଳୟ ଉପରେ ଅତର୍କିତ ଆକ୍ରମଣ କରିଥିଲେ।   ଏହି ଗୁଳି ବିନିମୟରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୫ ଆତଙ୍କବାଦୀ, ଜଣେ ପୁଲିସ୍‌ ଅଧିକାରୀ ଓ ୩ ଜଣ ସାଧାରଣ ନାଗରିକ ଥିବା ସ୍ପଷ୍ଟ ହୋଇଛି।  ଏଥିରେ ପ୍ରାୟ ୧୮ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି ।

ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ପରେ କରାଚିର ଶରାହ-ଏ-ଫେସଲ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲ । ଆତଙ୍କବାଦୀମାନେ କରାଚି ପୁଲିସ୍‌ ମୁଖ୍ୟାଳୟ ଉପରକୁ ହଠାତ୍ ବୋମା ଫୋପାଡ଼ିବା ସହ ଅତର୍କିତ ଗୁଳି ବର୍ଷା କରିଥିଲେ । ହଠାତ୍‌ ଆକ୍ରମଣ ଯୋଗୁ ସେଠାରେ ମୁତୟନ ହୋଇଥିବା କର୍ମଚାରୀ ଦୌଡ଼ାଦୌଡ଼ି କରିଥିବା ବେଳେ ଏହାର ସୁଯୋଗ ନେଇ ଆତଙ୍କୀ ମାନେ ପୁଲିସ୍‌ ମୁଖ୍ୟାଳୟରେ ପ୍ରବେଶ କରିଥିଲେ। ଏହାପରେ ସେମାନେ  ଆଖିବୁଜା ଗୁଳି ଚାଳନା କରିଥିଲେ।