ଥମୁନି ଧର୍ମ ପରିବର୍ତ୍ତନ ବିବାଦ, ୨୫ ଘଣ୍ଟା ଧରି ପଡ଼ି ରହିଛି ମୃତଦେହ By Swadhikar News Last updated Jan 9, 2026 ମୃତଦେହକୁ ଛାଡ଼ୁନି ଧର୍ମ ପରିବର୍ତ୍ତନ ବିବାଦ । ଧର୍ମାନ୍ତୀକରଣକୁ ବିରୋଧ ଯୋଗୁ ହୋଇ ପାରୁନି ଶବ ସତ୍କାର । ୨୫ ଘଣ୍ଟା ଧରି ପଡ଼ି ରହିଛି ଶବ। ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ରଙ୍ଗାମାଟିଆରେ ଦେଖିବାକୁ ମିଳିଛ ଏପରି ଘଟଣା । ଗାଁର ଛୁଟା ହାସଦା ଆଦିବାସୀ ହୋଇ ଖ୍ରୀଷ୍ଟ ଧର୍ମ ପରିବର୍ତ୍ତନ କରି ଥିବାରୁ ଅନ୍ତ୍ୟେଷ୍ଟି ପାଇଁ ସହଯୋଗ କରୁ ନାହାନ୍ତି ଗ୍ରାମବାସୀ । ଏନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ମୃତକଙ୍କ ପୁଅ । ତେବେ ଥାନାରୁ ଫେରି ନିଜ ବାଡିରେ କବର ଦେବା ପାଇଁ ପ୍ରଶାସନଠୁ ଅନୁମତି ପାଇଁ ଘରବାଡି ପ୍ରମାଣପତ୍ର ନକଲ ରାଜସ୍ବ ଅଧିକାରୀ ଓଲମରାକୁ ମଧ୍ଯ ପଠାଇ ଥିଲେ । ଏବେ ଯାଏ ମଧ୍ୟ ଶବ ସତ୍କାର ହୋଇନଥିବା ଜଣାପଡିଛି । ସେପଟେ ଗ୍ରାମବାସୀଙ୍କ ଅଭିଯୋଗ, ଧର୍ମାାନ୍ତୀ କରଣ ଯୋଗୁ ଆଦିବାସୀ ସମ୍ପ୍ରଦାୟର ସଂସ୍କାର,ଧର୍ମ,ପରମ୍ପରା ନଷ୍ଟ ହେବାରେ ଲାଗିଛି । swadhikarswadhikar news Share