Odia News Portal

ପରୀ ଘଟଣାର ସିବିଆଇ ତଦନ୍ତ ଦାବିକଲେ ଧର୍ମେନ୍ଦ୍ର

ଢେଙ୍କାନାଳ: ପରୀ ମାମଲାର ତଦନ୍ତକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।ସେ କହିଛନ୍ତି ଯେ ଘଟଣାର ତଦନ୍ତ କରାଗଲେ ସବୁ ଘଟଣା ପଦାକୁ ଆସିବ ଆସିପାରିବ । ଏହାସହ ପରୀ ମାମଲାରେ ତା ବାପା, ମା’ କିଛି ପ୍ରଶ୍ନ ଉଠାଇଛନ୍ତି । ଏହି ପ୍ରଶ୍ନର ଉତ୍ତର କେବଳ ଗୋଟିଏ ନିରପେକ୍ଷ ସଂସ୍ଥା ସିବିଆଇ ହିଁ ଦେଇ ପାରିବ ।

ଏହି ଘଟଣାରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ରାଜ୍ୟ ସରକାର ନିଜ ଦୋଷ ଦୁର୍ବଳତାକୁ ନଲୁଚାଇବା ଉଚିତ । ହାଥରସ ମାମଲାରେ ସିବିଆଇ ତଦନ୍ତ କରିବାରୁ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ଏସଆଇଟି ଗିରଫ କରିଥିଲେ ମଧ୍ୟ ଏସଆଇଟି ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି ପରୀର ପରିବାର ।