Odia News Portal

‘ଓଡିଶା କ୍ଷୁଦ୍ରଶିଳ୍ପ ନିଗମ’ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ପ୍ରଦାନ

ଭୁବନେଶ୍ବର: କରୋନାର ଏହି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ‘ଓଡିଶା କ୍ଷୁଦ୍ରଶିଳ୍ପ ନିଗମ’ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ପ୍ରଦାନ କରିଛି ।ଏହି ସନ୍ଦର୍ଭରେ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ ଏବଂ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣୀ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଲୋକସେବା ଭବନ ସ୍ଥିତ ତାଙ୍କ ପ୍ରକୋଷ୍ଠରେ ଚେକ୍ ହସ୍ତାନ୍ତର କରିଛନ୍ତି । ଏହି ପଇସା କୋଭିଡ୍ ସଂକ୍ରମିତ ଙ୍କ ଚିକିତ୍ସାରେ ବ୍ୟବହୃତ ହେବ ।