Odia News Portal

କରୋନା ସମୟରେ ଆମ୍ବୁଲାନ୍ସ ଭଡା ଧାର୍ଯ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ବର: କରୋନା ସମୟରେ ଧାର୍ଯ୍ୟ ହେଲା ଘରୋଇ ଆମ୍ବୁଲାନ୍ସ ପାଇଁ ଭଡ଼ା। ପରିବହନ ବିଭାଗର ନିଷ୍ପତି ମୁତାବକ ରୋଗୀ ପରିବହନ ପାଇଁ ମାରୁତି ଓମିନି ଆମ୍ବୁଲାନ୍ସ ଭଡ଼ା ବାବଦରେ ୭୫୦ଟଙ୍କା ନେଇପାରିବେ ।

ସେହିପରି ମାରୁତି ଓମିନି ଲାଇଫ ସପୋର୍ଟ ଆମ୍ଭୁଲାନ୍ସ ଭଡ଼ା ଆକାରରେ ୧୦୦୦ଟଙ୍କା ନେଇପାରିବେ। ମହିନ୍ଦ୍ରା ବୋଲେରୋ ଶ୍ରେଣୀର ଆମ୍ବୁଲାନ୍ସ ଭଡ଼ା ୧୦୦୦ଟଙ୍କା । ମହିନ୍ଦ୍ରା ବୋଲେରୋ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଭଡ଼ା ୧୫୦୦ଟଙ୍କା ରହିଛି । ସେହିଭଳି ଓ୍ୱିଙ୍ଗର ଶ୍ରେଣୀଭୁକ୍ତ ଆମ୍ବୁଲାନ୍ସ ଭଡ଼ା ୧୨୫୦ ଟଙ୍କା ହୋଇଥିବାବେଳେ ଓ୍ୱିଙ୍ଗର ଶ୍ରେଣୀଭୁକ୍ତ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଭଡ଼ା ୨୦୦୦ଟଙ୍କା କରାଯାଇଛି ।