Odia News Portal

ଚଳିତ ବର୍ଷ ଓଡ଼ିଶାର ୨ ଜଣଙ୍କ ସମେତ ଦେଶର ୧୯୧ ଆରକ୍ଷୀ ସହିଦ

କଟକସ୍ଥିତ ପୁଲିସ ମୁଖ୍ୟାଳୟ ପରିସରରେ ୬୬ତମ ପୁଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ସହିଦ୍‌ ହୋଇଥିବା ବୀରମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ  l ଚଳିତ ବର୍ଷ ଭାରତ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ପୁଲିସ ବଳ ଓ ରାଜ୍ୟ ପୁଲିସର ୧୯୧ ଜଣ ଆରକ୍ଷୀ ପ୍ରାଣବଳି ଦେଇଛନ୍ତି। କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ସହିଦ ହୋଇଥିବା ରାୟଗଡ଼ା ଜିଲ୍ଲାର ଦ୍ୱିତୀୟ ଆଇଆର୍ ବାଟାଲିୟନ କନେଷ୍ଟବଳ ଲକ୍ଷ୍ମଣ ମାଝୀ, ୟୁପିଡି କଟକର ଓଏପିଏଫ୍‌ ଲୋକନାଥ ଶବରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଉଭୟଙ୍କ ପରିବାରବର୍ଗଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ଡିଜିପି ଶ୍ରୀ ଖୁରାନିଆ ଶୋକସନ୍ତପ୍ତ ଉଭୟଙ୍କ ପରିବାର ବର୍ଗଙ୍କ ସହିତ ଭାବ ବିନିମୟ କରିବା ସହ ସମବେଦନା ଜ୍ଞାପନ କରିଥିଲେ। ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର ୫ଜଣ, ଅରୁଣାଚଳ ପ୍ରଦେଶର ଜଣେ, ଆସମର ୨ଜଣ, ବିହାରର ୮ଜଣ, ଛତିଶଗଡ଼ର ୧୬ଜଣ, ଗୁଜୁରାଟର ୩ ଜଣ, ଝାଡ଼ଖଣ୍ଡର ଜଣେ, କର୍ଣାଟକର ୮ଜଣ, କେରଳର ଜଣେ, ମଧ୍ୟପ୍ରଦେଶର ୧୧ଜଣ, ମହାରାଷ୍ଟ୍ରର ଜଣେ, ମଣିପୁରର ୩ ଜଣ, ନଗାଲାଣ୍ଡର ଜଣେ, ଓଡ଼ିଶାର ୨ଜଣ, ପଞ୍ଜାବର ୩ ଜଣ, ରାଜସ୍ଥାନର ୭ଜଣ, ତାମିଲନାଡୁର ୬ ଜଣ, ତେଲେଙ୍ଗାନାର ୬ଜଣ, ତ୍ରିପୁରାର ୨ଜଣ, ଉତ୍ତରପ୍ରଦେଶର ୩ ଜଣ, ଉତ୍ତରାଖଣ୍ଡର ୪ ଜଣ, ପଶ୍ଚିମବଙ୍ଗର ୧୨ଜଣ, ଚଣ୍ଡିଗଡ଼ର ୨ଜଣ, ଦିଲ୍ଲୀର ୮ଜଣ, ଜମ୍ମୁ ଓ କାଶ୍ମୀରର ୧୪ ଜଣ, ଲଦାଖର ଜଣେ, ଆସାମ ରାଇଫଲର ୨ଜଣ, ବିଏସ୍‌ଏଫ୍‌ର ୨୩ ଜଣ, ସିଆଇଏସ୍‌ଏଫ୍‌ର ୬ ଜଣ, ସିଆରପିଏଫ୍‌ର ୯ ଜଣ, ଆଇଟିବିପିର ୫ ଜଣ, ଏସ୍‌ଏସ୍‌ବିର ୬ ଜଣ, ଏନ୍‌ଡିଆର୍‌ଏଫ୍‌ର ଜଣେ ଏବଂ ଆର୍‌ପିଏଫ୍‌ର ୯ ଜଣ ସହିଦ ହୋଇଛନ୍ତି।ଆଜିର ଏହି କାର୍ଯ୍ୟକ୍ରମରେ ଡିଜିପି (କ୍ରାଇମବ୍ରାଞ୍ଚ) ବିନୟ ତୋଷ ମିଶ୍ର, ନିର୍ଦ୍ଦେଶକ (ଗୁଇନ୍ଦା) ଆର୍‌. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଣ୍ଟି ନକ୍ସଲ ଅପରେସନ୍‌) ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଏସ୍‌. କେ. ପ୍ରିୟଦର୍ଶୀ, ନିର୍ଦ୍ଦେଶକ (ଏସ୍‌ଏଫ୍‌ଏସ୍‌ଏଲ୍‌) ଡକ୍ଟର ସନ୍ତୋଷ ବାଲା, ଏଡିଜି ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଭିଜିଲାନ୍ସ) ଅସୀତ କୁମାର ପାଣିଗ୍ରାହୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଟ୍ରାନ୍ସପୋର୍ଟ କମିସନର ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କମ୍ୟୁନିକେସନ୍‌) ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସ୍‌ଏପି) ରାଜେଶ କୁମାରଙ୍କ ସମେତ ପୁଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।