ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଥାନାଅଧିକାରୀଙ୍କ ଦୁର୍ବ୍ୟବହାର ଦେଖିବାକୁ ମିଳିଛି । ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ବେଳେ ସାମ୍ବାଦିକଙ୍କୁ ଧମକ ଦିଆଯାଇଥିବା ଖବର ସାମ୍ନାକୁ ଆସିଛି । ସାମ୍ବାଦିକ ଜଣକ ଲାଇଭ କରିଥିବା ବେଳେ ତାଙ୍କ କାର୍ଯ୍ୟରେ ବାଧା ଦେଇଥିଲେ ଆଇଆଇସି । କ୍ୟାମେରାମ୍ୟାନକୁ ମଧ୍ୟ ଟଣାଓଟର କରିଥିଲେ ଆଇଆଇସି ଅଜୟ ଜେନା । “ଚିହ୍ନିଚୁ ମୋତେ, ବେଶି କଥା କହୁଛୁ, ମାରି ଶୁଆଇଦେବି” ଧମକ ଦେଲେ ଆଇଆଇସି । “ଚିହ୍ନିଛୁ ନା ମୋତେ” କହି ସାମ୍ବଦିକଙ୍କ ଆଡକୁ ଚିହିଁକି ଆସିଲେ ଅଜୟ ଜେନା ।
