Odia News Portal

ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ଷଡଯନ୍ତ୍ର !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡଯନ୍ତ୍ର । ନବୀନ ନିବାସକୁ ଆସିଲା ବେନାମୀ ଚିଠି । ଚିଠି ପାଇ ତତ୍ପର ହୋଇଉଠିଛି ରାଜ୍ୟ ପ୍ରଶାସନ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ କିଛି ସୁପାରୀ କିଲର ସୁପାରୀ ନେଇଥିବା ଚିଠିରେ ଲେଖା ଯାଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଏକେ୪୭ ରହିଛି ସେମାନଙ୍କ ପାଖରେ । ସେମାନେ ବିଭିନ୍ନ ରାଜ୍ୟର ଗାଡି ବ୍ୟବହାର କରୁଛନ୍ତି । ଗାଡିର ନମ୍ବର ଗୁଡିକ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି । ନବୀନ ନିବାସକୁ ଏମିତି ଧମକପୂର୍ଣ୍ଣ ଚିଠି ଆସିବା ପରେ ସତର୍କ ରହିବାକୁ ଗୃହ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ପୁଲିସ ଡିଜିି, ଆଇଜି , ଗୁଇନ୍ଦା ନିର୍ଦେଶକ ଓ କମିଶନରେଟ ପୁଲିସକୁ ଏନେଇ ଆଲର୍ଟ କରାଯାଇଛି ।

ବେନାମୀ ଚିଠିକୁ ନେଇ ପୁରା ଶାସନ କଳ ତତ୍ପର ହୋଇ ଉଠିଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ତୁରନ୍ତ କଡାକଡି କରିବାକୁ ନିର୍ଦେଶ ଦିଆଯାଇଛି । ନବୀନ ନିବାସ ଚାରିପଟ, ଲୋକସେବା ଭବନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଯାତାୟତ ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦେଶ ଦିଆଯାଇଛି ।