Odia News Portal

ଓଡ଼ିଶାର ତିନି କୋର୍ଟକୁ ଉଡ଼ାଇଦେବାକୁ ଇମେଲରେ ଧମକ, ପୁଲିସର ବ୍ୟାପକ ଯାଞ୍ଚ

ଦୁଇ ଦିନ ତଳେ ଦେଶର ବିଭିନ୍ନ ସ୍ଥାନକୁ ଉଡ଼ାଇଦେବାକୁ ଇମେଲରେ ଧମକ ମିଳିଥିବା ବେଳେ ଆଜି ଓଡ଼ିଶାର ତିନି କୋର୍ଟକୁ ଆସିଛି ବୋମା ଧମକ। ବୋମାରେ ଉଡ଼ାଇଦେବାକୁ ସମ୍ବଲପୁର, କଟକ ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ଧମକ ଆସିଛି।ଅପରାହ୍ଣ ୨ଟା ୪୫ ମିନିଟ୍ ସୁଦ୍ଧା ଜାଗା ଖାଲି କରିବାକୁ ଏହି ଇମେଲରେ ଧମକ ଆସିଛି। ଏହି ଇମେଲ୍ ଆସିବା ପରେ ବୋମା ସ୍କ୍ବାର୍ଡ ଓ ସନ୍ଧାନୀ କୁକୁର ସହ ପୁଲିସ ବ୍ୟାପକ ଯାଞ୍ଚ କରୁଛି। ଏହି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଦେଇଛି।ସମ୍ବଲପୁର ଜିଲ୍ଲା କୋର୍ଟ ପରିସରରେ ବୋମା ଥିବା ନେଇ କୋର୍ଟ ରେଜିଷ୍ଟରକୁ ମେଲ ଆସିଥିବା ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ।. ମେଲଟି ଦିନ ୧୧ଟା ସମୟରେ ଆସିଥିବା ଜଣା ପଡିଛି। କୋର୍ଟ ପରିସରରୁ ସମସ୍ତ ଓକିଲ, ଅଧିକାରୀ, କର୍ମଚାରୀମାନଙ୍କୁ ବାହାର କରି ବମ ସ୍କ୍ବାଡ଼, ସନ୍ଧାନୀ କୁକୁର, ସାଇବର ଅଧିକାରୀ ରହି ତଦନ୍ତ କରୁଛନ୍ତି। ଏଣେଏହାପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପରିସରକୁ ପୁଲିସ ଛାଉଣି କରାଯାଇଛି।

ସୂଚନାଯୋଗ୍ୟ, ଗୋଟେ କି ଦୁଇଟି ନୁହେଁ ୭ରୁ ଅଧିକ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ମିଳିଥିଲା ଧମକ । ଯେଉଁଥିରେ ରହିଛି କୋର୍ଟ, ରେଳଷ୍ଟେସନ । ଏହି ସବୁ ଧମକ ମିଳିଛି ଉତ୍ତରପ୍ରଦେଶ ଓ କର୍ଣ୍ଣାଟର ବିଭିନ୍ନ କୋର୍ଟ ଓ ରେଳଷ୍ଟେସନକୁ । ଗୁଜୁରାଟ ହାଇକୋର୍ଟ ଏବଂ ପାଞ୍ଚଟି ସ୍ଥାନୀୟ କୋର୍ଟକୁ RDX ବୋମା ବିସ୍ଫୋରଣର ଧମକ ମିଳିଥିଲା ।  ଆନନ୍ଦ, ରାଜକୋଟ, ଅହମଦାବାଦ ଏବଂ ଭରୁଚରେ ଥିବା ସେସନ୍ସ କୋର୍ଟଗୁଡ଼ିକୁ ସମାନ ଇମେଲ୍ ମିଳିଥିଲା ।

ତଥାପି, ବମ୍ ସ୍କ୍ୱାଡ୍ କୋର୍ଟରେ ତଦନ୍ତ କରିବା ସମୟରେ କିଛି ସନ୍ଦେହଜନକ ମିଳିଲା ନାହିଁ । ପୋଲିସ ଅନୁଯାୟୀ ଲିବରେସନ୍ ଟାଇଗର୍ସ ଅଫ୍ ନାମରେ ଧମକ ମିଳିଛି । ମଙ୍ଗଳବାର ସକାଳେ ଉତ୍ତର ପ୍ରଦେଶର ମଉ ରେଳ ଜଙ୍କସନରେ କାଶୀ ଏକ୍ସପ୍ରେସକୁ ବୋମା ଧମକ ମିଳିଥିଲା । ଏହା ପରେ, ଟ୍ରେନକୁ ଷ୍ଟେସନରେ ଅଟକାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ଓହ୍ଲାଇ ଦିଆଯାଇଥିଲା । ଯେଉଁ ଯେଉଁ ସ୍ଥାନକୁ ଧମକ ମିଳିଛି ସେସବୁ ସ୍ଥାନକୁ ସମ୍ପୂର୍ଣ୍ଣ ଖାଲି କରାଯାଇଛି । ସେପଟେ ରେଳଷ୍ଟେସନରେ ସ୍ନିପର ଡଗ ସହ ଛାନଭିନ କରିଛି ପୁଲିସ । ବୋମା ନିଷ୍କ୍ରିୟ ଟିମ ଘଟଣାସ୍ଥୂଳରେ ପହଞ୍ଚି ଛାନଭିନ କରିଥିଲେ ବି କିଛି ମିଳିନାହିଁ । ତେବେ କେଉଁଠୁ ଆସିଥିଲା ଧମକ ପୂର୍ଣ୍ଣ କଲ ଏନେଇ ଛାନଭିନ ଚାଲିଛି ।ସେପଟେ କେରଳର ଏକ ସ୍କୁଲ ପାଖରୁ ୧୦ଟି ଜୀବନ୍ତ ବୋମା ଜବତ କରାଯାଇଛି ।