Odia News Portal

ବିଶୃଙ୍ଖଳା ଅଭିଯୋଗରେ ୩ ସେବାୟତ ନିଲମ୍ବିତ

ବିଶୃଙ୍ଖଳା ଅଭିଯୋଗରେ ୩ ସେବାୟତ ନିଲମ୍ବିତ ।  କାର୍ଯ୍ଯାନୁଷ୍ଠାନ ଗ୍ରହଣ କଲେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ। ବାହାର କାଠ ନିକଟରେ ଯାତ୍ରୀଙ୍କ ଠାରୁ ବେନିୟମ ଭାବେ ଅର୍ଥ ଆଦାୟ ନେଇ ୨ଜଣ ସେବାୟତଙ୍କୁ ନିଲମ୍ବନ କରାଯାଇଛି ।  ଅର୍ଥ ଆଦାୟ ସହ ନିଜ ନିଜର ଭିତରେ ମାରପିଟ ଓ ଗଣ୍ଡଗୋଳ କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ ଦୁଇ ସେବାୟତ ।

ଏହା ଶ୍ରୀମନ୍ଦିରର ଶୃଙ୍ଖଳା, ସୁରକ୍ଷା ତଥା ଗରିମାକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା ।  ଏନେଇ ସୁଆର ବଡୁ ସେବକ ନାରାୟଣ ପଣ୍ଡା ଓ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କୁ ନିଲମ୍ବନ କରିଛନ୍ତି ମୁଖ୍ଯ ପ୍ରଶାସକ ।  ସେହିପରି ଶ୍ରୀମନ୍ଦିର ପରିସରରେ ଡାଲଡା ଘିଅ ବ୍ୟବହାରକୁ ପ୍ରରୋଚନା କରିଥିବାରୁ ମହାସୁଆର ସେବକ ବେନା ମହାସୁଆରଙ୍କୁ ନିଲମ୍ବନ କରାଯାଇଛି ।

ଦୁଇ ମାସ ପାଇଁ ତାଙ୍କୁ ସେବାକାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।  ସସପେଣ୍ଡ ସମୟରେ କୌଣସି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କଲେ ନିଲମ୍ବନ ଅବଧି ବୃଦ୍ଧି କରାଯିବ ।   ଏହା ସହ ଆହୁରି ଅଧିକ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।