Odia News Portal

ମାଷ୍ଟରମାଇଣ୍ଡ ବିବନର ଟିଆଇ ପରେଡ୍

୨୨ବର୍ଷ ପରେ ବିବନକୁ ଚିହ୍ନିବେ ଅଞ୍ଜନା

ଭୁବନେଶ୍ବର: ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ ଆଜି ହେବ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ । ତେବେ ଭୁବନେଶ୍ୱର ଝାରପଡା ଜେଲରେ ଏହି ଟିଆଇ ପରେଡ ହେବ । ଜେଲର ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବିବନ ବିଶ୍ଵାଳ ର ଟିଆଇ ପରେଡ କରିବ ସିବିଆଇ । ପ୍ରକୃତରେ ଜଳନ୍ଧର ହିଁ ବିବନ ବୋଲି ଚିହ୍ନଟ କରିବେ ପୀଡିତା ଅଞ୍ଜନା ମିଶ୍ର ଓ ସହଯୋଗୀ ଅପରାଧି । ଘଟଣାର ୨୨ବର୍ଷ ପରେ ବିବନକୁ ଚିହ୍ନଟ କରିବେ ଅଞ୍ଜନା ।

Biban Biswal

ଅନ୍ୟପକ୍ଷେ ଚୌଦ୍ୱାର ଜେଲରେ ଥିବା ଗଣଦୁଷ୍କର୍ମ ମାମଲାର ଅନ୍ୟ ଏକ ଅଭିଯୁକ୍ତ ଧୀରେନ୍ଦ୍ର ଓରଫ ଟୁନିଆ ମହାନ୍ତିକୁ ମଧ୍ୟ ବିବନର ଫଟୋ ଦେଖାଇବ ସିବିଆଇ । ଆବଶ୍ୟକ ପଡିଲେ ବିବନକୁ ଧୀରେନ୍ଦ୍ର ସାମ୍ନାରେ ବ୍ୟକ୍ତିଗତ ହାଜର କରାଯିବ । ପୀଡିତା ଓ ଧୀରେନ୍ଦ୍ର ହିଁ ସ୍ପଷ୍ଟ କରିବେ ଇଏ ୨୨ବର୍ଷ ତଳର ସେହି ଗଣଦୁଷ୍କର୍ମ ମାଷ୍ଟରମାଇଣ୍ଡ ବିବନ । ଟିଆଇ ପରେଡ ପାଇଁ ସିବିଆଇର ସ୍ପେଶାଲ ଜଜ ଅନୁମତି ଦେଇଥିଲେ । ବିବନ ବିଶ୍ୱାଳଙ୍କୁ ଦୁଇଦିନ ପାଇଁ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି । ୪ ଓ ୫ ତାରିଖରେ ଦୁଇଦିନ ଧରି ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି ।