ଷଣ୍ଢକୁ ଘୋଷାଡ଼ି ମାରିଲା ବାଘ, ବାଘକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ଦାବି By Swadhikar News Last updated Oct 11, 2025 ଗତ କିଛିଦିନ ଧରି କାମାକ୍ଷାନଗର ଅଞ୍ଚଳରେ ବାଘ ମାତିଛି l କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ଗତଦୁଇ ଦିନ ଧରି ଗାଈକୁ ଘୋଷାଡ଼ି ଆକ୍ରମଣ କରିବା ସହ ବାଘଟି ଆତଙ୍କ ସୃଷ୍ଟି କରିଛି। ଆଜି କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ତାରିପାଟ ଗାଁ ଜଙ୍ଗଲରେ ବାଘଟି ଗୋଟେ ଷଣ୍ଢକୁ ଘୋଷାଡ଼ି ମାରି ଦେଇଛି l ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଥିବାବେଳେ ଏବେ କିପରି ବନ ବିଭାଗ ତରଫରୁ ତୁରନ୍ତ ବାଘକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ଲୋକେ ଦାବି କରିଛନ୍ତି।ବାଘ ଆତଙ୍କ ଗତ ଚାରିଦିନ ଧରି ଦେଖାଦେଇଥିଲା ବେଳେ ବନ ବିଭାଗ ଆଜି ପର୍ଯ୍ୟନ୍ତ ବାଘ କୁ ଧରିବାକୁ ସକ୍ଷମ ହୋଇ ପାରୁନାହିଁ l ଫଳରେ ବାଘଟି ଜଙ୍ଗଲ ଅଞ୍ଚଳ ରୁ ବାହାରି ଜଙ୍ଗଲ ନିକଟରେ ଥିବା ଗାଁ ଗୁଡିକ ପାଖରେ ରହି ଅନାୟାସ ରେ ଗାଈଗୋରୁଙ୍କୁ ଶିକାର କରିବାରେ ଲାଗିଛିl ଏହାଫଳରେ ଜଙ୍ଗଲ ନିକଟରେ ଥିବା ଗ୍ରାମବାସୀମାନେ ଆତଙ୍କିତ ଥିବାବେଳେ ବାଘର ଗତିବିଧିକୁ ଲକ୍ଷ୍ୟ କରି ତୁରନ୍ତ ତାହାକୁ ଘଉଡ଼ାଇବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି l swadhikarswadhikar newstiger attack in kamakhyanagar Share