Odia News Portal

ଗାଈକୁ ମାରି ଖାଇଲା ବାଘ, ବାଘ ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ ସମାକୂପା ଗାଁରେ ବାଘ ଆତଙ୍କ । ଗାଈକୁ ମାରି ଖାଇଲା ବାଘ । ବାଘ ପାଦଚିହ୍ନ ଦେଖି ଲୋକେ ଭୟଭୀତ । ବୋୖଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ନାରଣପ୍ରସାଦ ସମାକୂପା ଗାଁରେ ଦୁଇରୁ ତିନି ଦିନ ହେଲା ଏକ ବାଘର ପାଦ ଚିହ୍ନ ଦେଖିବାକୁ ପାଇଛନ୍ତି ଗାଁଲୋକ ।

ଗାଁଲୋକ ପ୍ରତିଦିନ ଜଙ୍ଗଲକୁ ଗାଇଗୋରୁଙ୍କୁ ଚରାଇବାକୁ ନେଇ ଗାଇ ଛେଳି ହଜିଥିବା ଦେଖିବାକୁ ପାଇଥିଲେ । ଜଙ୍ଗଲ ଭିତରେ ଖୋଜାଖୋଜି କରିବା ପରେ ଗାଇଗୋରୁଙ୍କ ମୃତଦେହର ଅବଶେଷ ପଡିଥିବା ଦେଖିବା ସହ ବାଘର ପାଦଚିହ୍ନ ଓ ମଳ ମଧ୍ୟ ଦେଖିବାକୁ ପାଇଥିଲେ । ତେବେ ବାଘଟି କଲରାପତିରିଆ ନା ମହାବଳ ଜଣାପଡିନି । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।