Odia News Portal

ନୟାଗଡ଼ରୁ ୨ଟି ବାଘଛାଲ ଜବତ, ଜଣେ ଗିରଫ

ନୟାଗଡ଼ରୁ ଦୁଇଟି କଲରାପତରିଆ ବାଘଛାଲ ଜବତ କରାଯାଇଛି । ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି।
ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଟିମ୍ ବାଣୀଗୋଚ୍ଛା ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ନୟାଗଡ଼ ଜିଲ୍ଲା କୁଆଁରିଆ ଡ୍ୟାମ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଓ ଅନ୍ୟାନ୍ୟ ବନ୍ୟ ସାମଗ୍ରୀ ଜବତ କରିଛି। ଏହି ମାମଲାରେ ଭାଗବତ ମାଝୀ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗ୍ରାହକଙ୍କ ସହ ଡିଲ ବେଳେ ଭାଗବତଙ୍କୁ ଗିରଫ କରିଛି ଏସଟିଏଫ୍। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।