Odia News Portal

ସାତକୋଶିଆରୁ ଫେରିଯିବ ସୁନ୍ଦରୀ

ଭୁବନେଶ୍ୱର() ସାତକୋଶିଆ ରୁ ଖୁବଶୀଘ୍ର ଫେରିଯିବ ବାଘୁଣୀ ସୁନ୍ଦରୀ । ଏନେଇ ମଧ୍ୟପ୍ରଦେଶ ଚିଫ ଓ୍ବାଇଲ୍ଡ ଲାଇଫ ଓ୍ବାର୍ଡେନକୁ ଚିଠି ଲେଖି ଜଣାଇଲେ ଚିଫ୍ ଓ୍ବାଇଲ୍ଡ ଲାଇଫ ଓ୍ବାର୍ଡେନ ହରିଶଙ୍କର ଊପାଧ୍ୟାୟ । ଯେବେ ସୁବିଧା ହେବ ସେବେ ସୁନ୍ଦରୀ କୁ ନେଇପାରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ନ୍ୟାସନାଲ ଟାଇଗର କଞ୍ଜରଭେସନ ଅଥରିଟିର ନିର୍ଦ୍ଦେଶ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଦୀର୍ଘ ୧୩ ମାସ ହେବ ସୁନ୍ଦରୀ କୁ ଏକ ଏନକ୍ଳୋଜର ଭିତରେ ରଖାଯାଇଛି । ଫଳରେ ସେ ତାର ଓ୍ବାଇଲ୍ଡ ଲାଇଫ ପ୍ରକୃତି ହରାଇଛି । ସାତକୋଶିଆ ରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଦୁଇଟି ବାଘ ଅଣାଯାଇଥିଲା । ଗୋଟିଏ ବାଘର ମୃତ୍ୟୁ ହୋଇଛି । କିଛିଦିନ ତଳେ ସୁନ୍ଦରୀ ଜନବସତି ଆଡକୁ ପଶିଆସିବା ସହ ଜଣଙ୍କୁ ମାରିଦେଇଥିଲା । ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏଥିପାଇଁ ବନବିଭାଗ କୁ ନାକେଦମ୍ ହେବାକୁ ପଡିଥିଲା । ସେବେଠାରୁ ସୁନ୍ଦରୀ କୁ ସ୍ବତନ୍ତ୍ର ଏନକ୍ଳୋଜର ଭିତରେ ରଖାଯାଇଛି । ସୁନ୍ଦରୀ ଯିବା ପରେ ବ୍ୟାଘ୍ର ପ୍ରକଳ୍ପ ନେଇ ଅନିଶ୍ଚିତତା ଦେଖାଦେଇଛି । ପୁଣି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରାଯିବା ସହ ଲୋକମାନେ ଚାହିଁଲେ ବାଘ ଅଣାଯିବ ବୋଲି କହିଛନ୍ତି ଚିଫ୍ ଓ୍ବାଇଲ୍ଡ ଲାଇଫ ଓ୍ବାର୍ଡେନ ହରିଶଙ୍କର ଊପାଧ୍ୟାୟ । ପୁନର୍ବାର ଜଙ୍ଗଲର ପରିଧି ବଢାଇବା ସହ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।