Odia News Portal

ରିଲ୍ସ ହେଲା କାଳ, ବ୍ରିଜ ଉପରୁ ନଦୀକୁ ଡେଉଁ ଥିବା ବେଳେ ଭାସିଗଲେ ଦୁଇ ଯୁବ

ରିଲ୍ସ ହେଲା କାଳ । ବ୍ରିଜ ଉପରୁ ନଦୀକୁ ଡେଇଁ ରିଲସ କରୁଥିବାବେଳେ ଅଘଟଣ । ରିଲ୍ସବେଳେ ନଦୀରେ ଭାସିଗଲେ ଦୁଇ ଯୁବକ। ଜଣେ ଯୁବକ ଉଦ୍ଧାର ଓ ଅନ୍ୟ ଜଣେ ଯୁବକ ନିଖୋଜ । ଭଦ୍ରକ ପୁରୁଣା ବଜାର ଥାନା ନିକଟ ସାଳନ୍ଦୀ ନଦୀ ସନ୍ତିଆ ବ୍ରିଜ ଉପରେ ଅଘଟଣ । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ ।ସେହିପରି ଅନୁଗୁଳ ଜିଲ୍ଲା ସୁନାକେରଜେଙ୍ଗ କ୍ରିକେଟ ପଡିଆରେ କିଛି ଯୁବକ ଖଣ୍ଡା ଓ ଭୁଜାଲି ଦେଖାଇ ସୁଶାନ୍ତ ନାୟକଙ୍କ ଜନ୍ମଦିନ ପାଳନ କରିଥିଲେ । ମହଙ୍ଗା ପଡ଼ିଲା ଖଣ୍ଡା ଧରି ରିଲ୍ସ କରିବା । ସୋସିଆଲ ମିଡିଆରେ ଏଥର ରିଲ୍ସ ଭାଇରାଲ ହୋଇଥିଲା । ପୋଲିସ ତଦନ୍ତ କରି ସୁଶାନ୍ତ ନାୟକ, ରୋହନ ନାୟକ ଓ ସୁଧାଂଶୁ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଥିଲା ପୋଲିସ ।