Odia News Portal

ସ୍କୁଲ୍ ଖୋଲିବାର ସମୟ ଆସିଛି

ମହାମାରୀ କରୋନା ଯୋଗୁ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ପ୍ରାୟ ୨ ବର୍ଷ ହେଲା ବନ୍ଦ ରହିଛି। କିଛି ରାଜ୍ୟ ଏବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତଥାପି ଅଧିକାଂଶ ରାଜ୍ୟରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ। ଏସବୁ ଭିତରେ ଏମ୍ସ ମୁଖ୍ୟ ଡା ରଣଦୀପ ଗୁଲେରିଆ ବଡ଼ ବୟାନ ଦେଇଛନ୍ତି।

ଉପଯୁକ୍ତ ରଣନୀତି ସହ ଦେଶର ସ୍କୁଲଗୁଡ଼ିକୁ ପୁଣି ଖୋଲିବା ପାଇଁ ଉପଯୁକ୍ତ ସମୟ ଆସି ଯାଇଛି। ଏହି ବିଷୟରେ ସମସ୍ତେ ଚିନ୍ତା କରିବା ଦରକାର ବୋଲି ସେ କହିଛନ୍ତି। ସେ କହିଛନ୍ତି, ଉପଯୁକ୍ତ ରଣନୀତି ସହ ସ୍କୁଲ ଖୋଲିବା ସପକ୍ଷରେ ମୁଁ ରହିଛି। ଯେଉଁ ଜିଲ୍ଲାରେ ଭାଇରସ କମ ସଂକ୍ରମଣ କରୁଛି, ସେଠାରେ ପ୍ରଥମେ ଶିକ୍ଷାନୁଷ୍ଠାନ ଖୋଲିବା ଦରକାର।