Odia News Portal

ଆଜି ଶ୍ରୀମନ୍ଦୀରରେ ପାଳିତ ହୋଇଛି ମକର ସଂକ୍ରନ୍ତି

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ମକର ନୀତି । ଆଜି ସକାଳୁ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ଆଳତି ଓ ଅବକାଶ ନୀତି ବଢିବ ପରେ ଶ୍ରୀଜିଉମାନଙ୍କ ପଟା ପହରଣ ଲାଗି କରାଯିବା ସହ ତ୍ରିମୁଣ୍ଡିରେ ମକରଚୂଳ ଲାଗି କରିବାର ପରମ୍ପରା ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିଠାରୁ ସୂର୍ୟ୍ୟଙ୍କ ଆରମ୍ଭ ହେବ ଉତ୍ତରାୟଣ ଗତି।
ଏହି ଅବସରରେ ମାଳଚୂଳ ଅଳଙ୍କାର ପିନ୍ଧି ମକର ଚୌରାସି ବେଶରେ ସଜ୍ଜିତ ହୋଇଥାନ୍ତି ଶ୍ରୀଜିଉ। ପରମ୍ପରା ଅନୁଯାୟୀ ଗତକାଲି ମହାପ୍ରଭୁଙ୍କୁ ନବାଙ୍କ ବେଶରେ ସଜ୍ଜିତ କରାଯାଇଥିଲା । ପୁଷ୍ପ ଅଳଙ୍କାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଭୂଷିତ ହୋଇଥିଲେ । ଏଥିସହ ଚାଉଳ ମେଲାଣ ଓ ଫଉଳ ମେଲାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ନବୀଙ୍କ ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ, ଚକ୍ର, ହଳ ଓ ମୁଷଶ ଆଦି ଧାରଣ କରିଥାଆନ୍ତି । ଗତ ସଂକ୍ରାନ୍ତିଠାରୁ ମହାଲକ୍ଷ୍ମୀ ନିଜ ବାପାଘରକୁ ଯାଇଥିବା ବେଳେ ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବା ପରମ୍ପରା ରହିଛି ।