Odia News Portal

ଆଜି ପବିତ୍ର ଶାମ୍ବ ଦଶମୀ, ଚଳଚଞ୍ଚଳ ସୂର୍ଯ୍ୟଙ୍କ ମନ୍ଦିର କୋଣାର୍କ

ଆଜି ପବିତ୍ର ଶାମ୍ବ ଦଶମୀ । ସୂର୍ଯ୍ୟ ଭଗବାନଙ୍କ ପୂଜା । ବିଶ୍ବାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ଉପାସନା କରି ଅର୍ଘ୍ୟ ଦାନ କଲେ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ । କାହିଁକି ନାଁ ସୂର୍ଯ୍ୟ ଭଗବାନ ହେଉଛନ୍ତି ସକଳ ଶକ୍ତିର ଆଧାର । ଆଜିର ଦିନରେ ଭଗବାନ କୃଷ୍ଣଙ୍କ ପୁତ୍ର “ସାମ୍ବ” ଚନ୍ଦ୍ରଭଗା କୂଳରେ ସୂର୍ଯ୍ୟ ଭଗବାନଙ୍କ ଉପାସନା କରି ପିତୃ ଅଭିଶାପରୁ ମୁକ୍ତିଲାଭ କରିଥିବା ନେଇ ପୂରାଣରେ ବର୍ଣ୍ଣିତ ରହିଛି । ଯାହାକୁ ବିଶ୍ୱାସ କରି ଆଜିର ଦିନରେ ଓଡ଼ିଆ ଘରର ମାଆମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ଉଦୟ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରି ପରିବାରର ସମସ୍ତଙ୍କ ମଙ୍ଗଳ କାମନା କରିଥାନ୍ତି ।