ଆଜି ଶେଷ ଦିନରେ ମା ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ ବେଶ By Swadhikar News Last updated Oct 26, 2025 ମା ଭଦ୍ରକାଳୀଙ୍କର ସପ୍ତ ମାତୃକା ବେଶର ଆଜି ହେଉଛି ଅନ୍ତିମ ଦିନ। ଆଜି ଶେଷ ଦିନରେ ମା ଭଦ୍ରକାଳୀ ମହାଲକ୍ଷ୍ମୀ ବେଶରେ ପୂଜା ପାଉଛନ୍ତି। ମାଙ୍କର ମହାଲକ୍ଷ୍ମୀ ବେଶ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ହଜାର ହଜାର ଭକ୍ତ ମାଙ୍କ ମନ୍ଦିର ପରିସରରେ ଉପସ୍ଥିତ ହୋଇ ପୂଜା ଅର୍ଚ୍ଚନା କରୁଛନ୍ତି। ମାଙ୍କ ଆଶିଷ ନେଉଛନ୍ତି। ମହାଲକ୍ଷ୍ମୀ ବେଶରେ ମାଙ୍କୁ ଦର୍ଶନ କଲେ ଭକ୍ତଙ୍କୁ ଅପୂର୍ବ ସୁଖ ସମୃଦ୍ଧି ମିଳେ ବୋଲି ଲୋକଙ୍କ ବିଶ୍ୱାସ ରହିଛି।୬ ଶହ ବର୍ଷର ଆଦିଶକ୍ତି ପୀଠ ମା’ ଭଦ୍ରକାଳୀ ପୀଠରେ ପୂଜା ୨୦ ତାରିଖରୁ ଆରମ୍ଭ ହୋଇଥିଲା। ସାଳନ୍ଦୀ ନଦୀ ଘାଟରୁ କଳସ ଅଣାଯିବା ପରେ ମାଙ୍କ ପୀଠରେ ଘାଟ ସ୍ଥାପନା କରାଯିବା ପୂଜା ଅର୍ଚ୍ଚନା ଆରମ୍ଭ ହୋଇଥିଲା। ଏଠାରେ ସପ୍ତ ଦିନ ବ୍ୟାପୀ ମା’ଙ୍କର ପୂଜାର୍ଚ୍ଚନା ହେବ। ୭ ଦିନରେ ସାତଟି ରୂପରେ ମା’ ପୂଜା ପାଇବେ। ମା’ଙ୍କର ଏହି ସପ୍ତମାତୃକା ବେଶ ପୂଜା ଦେଖିବା ପାଇଁ ମା ଭଦ୍ରକାଳୀଙ୍କ ପୀଠକୁ କାଳୀପୂଜା ଅବସରରେ ଲକ୍ଷ ଲକ୍ଷ ଭକ୍ତ ଆସିଛନ୍ତି। ଏଥିପାଇଁ ମନ୍ଦିର କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏଠାରେ କାଳୀପୂଜା ବେଶ୍ ଧୁମ୍ ଧାମରେ ପାଳନ କରାଯାଉଥିବା ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି।ଏଣେ ଭଦ୍ରକରେ ଚାଲିଛି ଐତିହାସିକ କାଳୀପୂଜା। ଏଥି ପାଇଁ ସଜେଇ ହୋଇଛି ମା ଭଦ୍ରକାଳୀଙ୍କ ପୀଠ ଠାରୁ ଚରମ୍ପାର ସବୁ ପୂଜା ମଣ୍ଡପ। ମା’ଙ୍କର ଆଗମନ ସହ ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଓ ଭଦ୍ରକାଳୀଙ୍କ ଆରାଧନା ପାଇଁ ଭଦ୍ରକ ଉତ୍ସବ ମୁଖର ହୋଇ ଉଠିଛି। ମା’ଙ୍କ ପୂଜା ପାଇଁ ଚାଲିଥିବା ବେଳେ ରାଜ୍ୟର ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ନୂଆ ରୂପରେ ସଜେଇ ହୋଇଛି ଚରମ୍ପା। swadhikarswadhikar news Share