Odia News Portal

ଆଜି ବାଇଡେନଙ୍କ ସହ ମୋଦୀଙ୍କ ବୈଠକ, ଜାଣନ୍ତୁ କେଉଁ ସମ୍ପର୍କରେ ହେବ ଆଲୋଚନା

ୱାଶିଂଟନ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦି ବାଇଡେନଙ୍କ ଦ୍ୱିପାକ୍ଷିକ ବୈଠକ । ଦ୍ୱିପାକ୍ଷିକ ସମ୍ପର୍କ ସହ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିବେ । କରୋନା ମହାମାରୀ ଓ ଆଫଗାନିସ୍ତାନରେ ତାଲିବାନର କବଜା ପରେ ଏହି ଗସ୍ତର ଗୁରୁତ୍ୱ ବଢିଯାଇଛି । ଏହି ଗସ୍ତ ବେଳେ ଭାରତ-ଆମେରିକା ଆହୁରି ନିକଟତର ହେବା ସହ ଚୀନର ଘେରାବନ୍ଦୀ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇପାରେ । କ୍ୱାଡ ରାଷ୍ଟ୍ର ସମୁହର ବୈଠକରେ ମୋଦୀ, ଆତଙ୍କବାଦ ଓ କରୋନା ପ୍ରସଙ୍ଗ ଉଠାଇପାରନ୍ତି । ସେହିପରି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଚୀନ୍ ବିରୋଧରେ କୂଟନୈତିକ ସହମତି ସୃଷ୍ଟି କରିପାରନ୍ତି ମୋଦୀ ।