Odia News Portal

ଆଜି ଶ୍ରୀ ମନ୍ଦୀରରେ ମହାପ୍ରଭୁଙ୍କର ପଦ୍ମବେଶ

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁ ଜଗନ୍ନାଥଙ୍କ ର ଦୁର୍ଲଭ ପଦ୍ମବେଶ। ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପରିକ ସେବାୟତ ମାନେ ବେଶ୍ ନିଷ୍ଠାର ସହ ଏହି ବେଶ ନିର୍ମାଣ ଶେଷ କରିଛନ୍ତି। ଆଜି ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ ହେବେ।
କିମ୍ବଦନ୍ତୀ ଅନୁଯାୟୀ ସନ୍ଥ ମନୋହର ଦାସଙ୍କ ପାଇଁ ପ୍ରଭୁ ମାଘ ଶୁକ୍ଳ ଶ୍ରୀପଞ୍ଚମୀ ପୂର୍ବରୁ ଏହି ବେଶରେ ଦର୍ଶନ ଦେଇଥିଲେ। ପଣ୍ଡୁ ପୂର୍ଣ୍ଣିମା ଠାରୁ ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ସୋଲ, ଜରି, ଜମ୍ବୁରା, କଇଁଥ ଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କନା ବ୍ୟବହାର କରି ଏହି ବେଶ ତିଆରି କରାଯାଇଛି।
ନିର୍ମାଣ କାର୍ୟ୍ୟରେ ଦରଜୀ ଓ ଚିତ୍ରକର ସେବକ ମଧ୍ୟ ନିୟୋଜିତ ହୋଇଥିଲେ। ଆବଶ୍ୟକ ସୋଲ ସଂଗ୍ରହ କରାଯାଇ ତାକୁ କଟାଯିବା ପରେ ପରସ୍ତ ପରସ୍ତ କରି ଯୋଡ଼ାଯାଇ ଶ୍ରୀମୁଖ ପଦ୍ମ ଆକୃତିର ପ୍ରସ୍ତୁତ ହୋଇଛି। କରପଲ୍ଲଭ, ହଂସ, ଡାଳି, ଶ୍ରୀମୁଖ ପଦ୍ମ ଆଦି ଅଂଶ ସ୍ଥାନ ପାଇଛି। କୋଭିଡ୍ କଟକଣାରେ ଦର୍ଶନ ବ୍ୟବସ୍ଥା କରାଯାଇଛି।