Odia News Portal

ଆଜି ବିଶ୍ୱ ଡାକ୍ତର ଦିବସ

ଭୁବନେଶ୍ୱର: କଳିଯୁଗରେ ଡାକ୍ତରମାନଙ୍କୁ ଚଳନ୍ତି ଠାକୁର ବୋଲି ମାନିଥାନ୍ତି ଲୋକେ । ଜୀବନ ଯୁଦ୍ଧର ଶେଷ ସମୟରେ ସହାୟ ହୋଇଥାନ୍ତି ଡାକ୍ତରମାନେ । ଖରା ବର୍ଷା ଶୀତ କାକରକୁ ନମାନି ଏମାନେ ସବୁବେଳେ ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଥାନ୍ତି । ତେବେ ଆଜି ହେଉଛି ଏହି କଳିଯୁଗର ଚଳନ୍ତି ଠାକୁରଙ୍କ ଲାଗି ଦିନଟିଏ । ଆଜି ହେଉଛି ବିଶ୍ୱ ଡାକ୍ତର ଦିବସ । ଏହି ଅବସରରେ ବିଭିନ୍ନ ମହଲରୁ ଡଙ୍ରଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସେପଟେ ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଡାକ୍ତରଙ୍କ ନିମନ୍ତେ ଏକ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ଯାହାକି ସମସ୍ତଙ୍କ ମନକୁ ବେଶ ବିମୋହିତ କରିଛି । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ଡାକ୍ତର ସମାଜକୁ ଶୁଭେଛା ଜଣାଇଛନ୍ତି। କରୋନା ମହାମାରୀ ସମୟରେ ଡାକ୍ତରମାନେ ଦିନରାତି ଏକାଠି କରି ମାହାରମାରୀର ମୁକାବିଲା କରୁଛନ୍ତି।ତେଣୁ ସେମାନଙ୍କୁ ବାଲୁକାକଳା ମାଧ୍ୟମରେ ଶୁଭେଛା ଜଣାଇଛନ୍ତି।