Odia News Portal

ଟୋକିଓ ଅଲମ୍ପିକ, ଫାଇନାଲରେ ଭାରତୀୟ ସୁଟର ସୌରଭ ଚୌଧୁରୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ଏଥିରେ ପଦକ ଆଶା ଦେଇଛନ୍ତି ଭାରତୀୟ ସୁଟର ସୌରଭ ଚୌଧୁରୀ। ସେ ୧୦ ମିଟର ପୁରୁଷ ଏୟାର ପିସ୍ତଲ ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଯୋଗ୍ୟତା ପର‌୍ୟ୍ୟାୟରେ ପ୍ରଥମ ହୋଇ ସେ ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ସେ ୯୫, ୯୮, ୯୮, ୧୦୦, ୯୮ ଓ ୯୭ ଭଳି ସ୍କୋର କରି ଫାଇନାଲ୍କୁ ଯାଇଛନ୍ତି। ଅନ୍ୟପକ୍ଷରେ ଅଭିଷେକ ବର୍ମା ବିଫଳ ହୋଇଛନ୍ତି। ସେ ୯୪, ୯୬, ୯୮, ୯୭, ୯୮ ଓ ୯୨ ଭଳି ସ୍କୋର କରି ୧୭ତମ ସ୍ଥାନରେ ରହିଥିଲେ।

ତେବେ ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତର ପ୍ରଦର୍ଶନ ମିଶ୍ରିତ ରହିଥିଲା । ବେଶି ଭଲ ପ୍ରଦର୍ଶନ କରିନାହିଁ କି ଅତ୍ୟନ୍ତ ନିରାଶା ଜନକ ପ୍ରଦର୍ଶନ ନଥିଲା । ତେବେ ଖୁସିର ଖବର ଯେ ତୀରନ୍ଦାଜୀରେ ଦୀପିକା-ପ୍ରବୀଣଙ୍କ ଯୋଡି ବିଜୟ ହୋଇଛି । ଏହି ଯୋଡ଼ି ଏବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଛି । ତୀରନ୍ଦାଜୀର ଅନ୍ତିମ ଆଠ ପାଇଁ ମୁକାବିଲାରେ ଦୀପିକା କୁମାରୀ ଏବଂ ପ୍ରବୀଣ ଯାଦବଙ୍କ ଟିମ୍ ଚିଆ-ଆନ୍ ଲିନ୍ ଏବଂ ଚିହ-ଚୁନ୍ ଟାଙ୍ଗ୍ (ଚାଇନିଜ୍ ତାଇପେଇ) କୁ ସାମ୍ନା କରିଥିଲେ । ଏଥିରେ ଚାଇନା ତାଇପେଇକୁ ୫-୩ରେ ପରାସ୍ତ କରିଛି ଭାରତ । ଏବେ କ୍ୱାର୍ଟର ଫାଇନାଲରେ ଦୀପିକା-ପ୍ରବୀଣଙ୍କ ଯୋଡ଼ି ଦକ୍ଷିଣ କୋରିଆକୁ ଭେଟିବ ।