Odia News Portal

ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ମୃତ

ମାଲକାନଗିରି: ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ କୁଖ୍ୟାତ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ମୃତ ମାଓବାଦୀ ରାମ କଡ଼ତି ବୋଲି ଦାନ୍ତେୱାଡା ଏସପି ଅଭିଶେଖ ପଲ୍ଲଭ କହିଛନ୍ତି ।

ଖବର ମୁତାବକ ଦାନ୍ତେୱାଡା ଜିଲ୍ଲାର ମୁସ୍ତଲନାର ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି ବାହିନୀର ଯବାନ ମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଯବାନଙ୍କୁ ଦେଖି ମାଓବାଦୀ ମାନେ ଗୁଳି ଚାଳନା କରିବାରୁ ଯବାନ ମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ। ଫଳରେ ଅଧ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ହେବା ପରେ ମାଓବାଦୀ ମାନେ ଘଟଣାସ୍ଥଳ ଛାଡି ପଳାୟନ କରିଥିଲେ । ପରେ ଯବାନ ମାନେ ଘଟଣାସ୍ଥଳ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ।