Odia News Portal

ଦିଲ୍ଲୀରେ ପ୍ରବଳ ବର୍ଷା ପାଇଁ ଟ୍ରାଫିକ୍ ଜାମ୍

ନୂଆଦିଲ୍ଲୀ: ଗତ ଦିନ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ହୋଇଛି । ଯାହାର ପ୍ରଭାବ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଦେଶର ରାଜଧାନୀ ହୋଇ ମଧ୍ୟ ଏପର୍ୟ୍ୟନ୍ତ ବର୍ଷା ସମୟରେ ରାସ୍ତାଘାଟ ଜଳମଗ୍ନ ହେବା ସହ ଟ୍ରାଫିକ ସମସ୍ୟା ଦେଖାଦେବା ସ୍ୱାଭାବିକ ହୋଇଗଲାଣି ।

ଦିଲ୍ଲୀରେ ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହେବା ଦେଖିବାକୁ ମିଳିଛି । ଯାହାଦ୍ୱାରା ରାସ୍ତାରେ ଗାଡ଼ିମଟର ଯାତାୟାତ ପାଇଁ ଅସୁବିଧା ହେବା ହୋଇଛି । ବ୍ରିଜ୍ , ଅଣ୍ଡର ବାଇପାସ, ଏବଂ ଏଭଳି ଅନେକ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ହୋଇଥିବା ଦେଖିବାକୁ ମିଳିଛି । ଦ୍ୱାରକା-ପାଲମା ଅଞ୍ଚଳରେ ରାସ୍ତାଘାଟ ଜଳମଗ୍ନ ହେତୁ ପ୍ରବଳ ମାତ୍ରାରେ ଟ୍ରାଫିକ୍ ଜାମ୍ ହେବା ସହ ଘଣ୍ଟା ଘଣ୍ଟା ଧରି ଗାଡ଼ି ମୋଟର ଲମ୍ବା ଲାଇନ୍‌ରେ ରାସ୍ତାରେ ଥିବା ଦେଖିବାକୁ ମିଳିଛି । ରାସ୍ତା ଘାଟ ଜଳାଶୟ ଯୋଗୁଁ ଅନେକ ରାସ୍ତା ଏବଂ ଅଣ୍ଡରପାସ୍‌କୁ ଦିଲ୍ଲୀ ଟ୍ରାଫିକ ପୋଲିସ ବନ୍ଦ କରିଥିବା ଜଣାପଡ଼ିଛି । ଯାହା ଦ୍ୱାରା ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ବିଶେଷ କରି ଅଫିସ କର୍ମଚାରୀ ଏବଂ ଆମ୍ବୁଲାନ୍ସ ସେବା ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।