Odia News Portal

ନୂଆ ଟ୍ରାଫିକ ନିୟମ ହେବା ପରେ ଆଦାୟ ହୋଇଛି ୧ କୋଟି ୫୩ ଲକ୍ଷ ଜରିମାନା

ଭୁବନେଶ୍ୱର() ନୂଆ ଟ୍ରାଫିକ ନିୟମ ହେବା ପରେ ସେପ୍ଟେମ୍ବର ୧ରୁ ନଭେମ୍ବର ୧ ମଧ୍ୟରେ ମୋଟ ୧ କୋଟି ୫୩ ଲକ୍ଷ ୩୪ ହଜାର ୭୬୦ କୋଟି ଟଙ୍କା ଆଦାୟ ହୋଇଛି। ରାଜ୍ୟର ବିଭିନ୍ନ ଜିଲାରୁ ଏହି ଜରିମାନା ଆଦାୟ ହୋଇଥିବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ୫୩୧୭ଜଣଙ୍କଠାରୁ ୪,୬୦,୦୮,୫୦ ଆଦାୟ ହୋଇଛି। ଇନ୍ସୁରାନ୍ସ ନ ଥିବା କାରଣରୁ ୨,୧୧୧ଜଣଙ୍କଠାରୁ ୧,୩୭,୯୭,୦୦ଟଙ୍କା, ପ୍ରଦୂଷଣ ସାର୍ଟିଫିକେଟ ନ ଥିବାରୁ ୧,୧୭୭ଜଣଙ୍କଠାରୁ ୩,୮୧,୬୧,୧୦ ଟଙ୍କା ଆଦାୟ ହୋଇଛି। ସେହିଭଳି ମଦ ପିଇ ଗାଡ଼ି ଚଲାଉଥିବା ୪୯୦ଜଣଙ୍କଠାରୁ ୭ ଲକ୍ଷ ୩୮୧୦୦ ଟଙ୍କା ଆଦାୟ ହୋଇଛି।