Odia News Portal

ଟ୍ରକ ଧକ୍କାରେ ଓଲଟିଲା କାର୍

ଢେଙ୍କାନାଳ: ଢେଙ୍କାନାଳ ଜିଲା ସଦର ଥାନା ବାରଦା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା । ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍ କାମାକ୍ଷାନଗର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ମିନିଟ୍ରକ୍ ସହିତ ଧକ୍କା ଦେଇଥିଲା । ଏଥିରେ କାର୍ଟି ରାସ୍ତା ତଳକୁ ଖସିପଡ଼ିଥିଲା। ସୌଭାଗ୍ୟବଶତଃ କାର ଓ ଟ୍ରକ୍ ଚାଳକଙ୍କ ସହ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିଲେ।