Odia News Portal

ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସ୍‌ପି

ଭଦ୍ରକ: ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସ୍‌ପି ଚରଣ ସିଂ ମିନା । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ଘଟାଇଥିବା ଗାଡି ଓ ଡ୍ରାଇଭରଙ୍କ ଅଟକ ରଖିଛି ଭଣ୍ଡାରିପୋଖରୀ ପୋଲିସ ।

ଖବର ଅନୁଯାୟୀ, ଭଦ୍ରକ ଏସପି ଚରଣ ସିଂ ମିନା ୧୬ ନମ୍ବର ଜାତୀୟ ରାଜପଥର ଆଖୁଆପଦାଠାରେ କିଛି କାମ ସାରି ଗାଡିରେ ଫେରୁଥିଲେ । ଏହି ସମୟରେ ପଛ ପଟୁ ଆସୁଥିବା ଏକ ଟ୍ରକ୍‌ ଏସ୍‌ପିଙ୍କ ଗାଡ଼ିକୁ ଡାହାଣ ପଟୁ ଧକ୍କା ଦେଇଥିଲା। ଏହାପରେ ଟ୍ରକଟି ଦ୍ରୁତ ଗତିରେ ପଳାଇ ଯାଉଥିବା ବେଳେ ହନୁମାନ ଛକ ନିକଟରୁ ଭଣ୍ଡାରିପୋଖରୀ ପୁଲିସ୍‌ ଗାଡ଼ିକୁ ଜବତ କରିଥିଲା। ଏହାପରେ ଡ୍ରାଇଭରଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି। ତେବେ ଏହି ଦୁର୍ଘଟଣାରେ ଭଦ୍ରକ ଏସ୍‌ପି ଓ ତାଙ୍କ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ଗାଡ଼ିଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି।