Odia News Portal

ନିର୍ବାଚନ ହାରିଲେ ବି ଛାଡିବିନି ଗାଦି

ନ୍ୟୁୟର୍କ() ଆସନ୍ତା ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଯଦି ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାସ୍ତ ହୁଅନ୍ତି ତେବେ ସେ ଶାନ୍ତିପୂର୍ଣ୍ଣ ଭାବେ ଶାସନ ଗାଦି ଅନ୍ୟକୁ ଦେବା ପାଇଁ ମନା କରିଦେଇଛନ୍ତି । ଭବିଷ୍ୟତରେ କଣ ହେବ ତାକୁ ଅପେକ୍ଷା କରିବା ଉଚିତ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ।

ଟ୍ରମ୍ପ କହିଛନ୍ତି ଯେ, ତାଙ୍କୁ ଲାଗୁଛି ଯେ ଆମେରିକା ନିର୍ବାଚନର ଫଳାଫଳ ସୁପ୍ରିମକୋର୍ଟ ଯାଏଁ ପହଁଚିବ । ପୋଷ୍ଟାଲ ଭୋଟିଂକୁ ନେଇ ତାଙ୍କର ସନ୍ଦେହ ରହିଛି । କାରଣ କରୋନା ଭାଇରସ ପାଇଁ ଆମେରିକାର ଅନେକ ରାଜ୍ୟର ଲୋକେ ମେଲ୍ ଓ ପୋଷ୍ଟାଲ ଭୋଟିଂ ଜରିଆରେ ମତଦାନ କରିବେ ।

ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡନ୍ ଯଦି ବିଜୟୀ ହୁଅନ୍ତି ତେବେ କଣ ହେବ ବୋଲି ଟ୍ରମ୍ପଙ୍କୁ ପ୍ରଶ୍ନ ପଚରା ଯାଇଥିଲା । ଏହାର ଉତ୍ତରରେ ଟ୍ରମ୍ପ୍ କହିଥିଲେ ଯେ, ସେ ବାଲାଟ୍ ପେପରକୁ ନେଇ ଅଭିଯୋଗ କରି ଆସୁଛନ୍ତି । ଜଣେ ରିପବ୍ଲିକାନ ବାଲାଟକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ।

ଆମେରିକା ନିର୍ବାଚନକୁ ଆଉ ୪୧ ଦିନ ବାକି ରହିଛି । କରୋନା ଭାଇରସ ମହାମାରୀ ଓ ବେରୋଜଗାର ପାଇଁ ଟ୍ରମ୍ପଙ୍କ ଛବି ଖରାପ ହୋଇଛି । ଆମେରିକା କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ।