Odia News Portal

ମକର ମେଳାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଅର୍ଥ ଆତ୍ମସାତ ଅଭିଯୋଗ

ମକର ମେଳାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ।  ପାଖେଇ ଆସୁଛି ଭଦ୍ରକ ଧାମରାର ପ୍ରସିଦ୍ଧ ମା ଧାମରଇଙ୍କ ମକର ମେଳା ।  ମେଳା ପୂର୍ବରୁ କମିଟିର ବିପକ୍ଷବାଦୀ ଓ ସପକ୍ଷବାଦୀ ମୁଁହାମୁଁହି ହୋଇଛନ୍ତି ।  ମା’ ଧାମରଈ ମେଳା ପରିଚାଳନା କମିଟି ଅର୍ଥ ଆତ୍ମସାତ ଅଭିଯୋଗ ହୋଇଛି ।

ଏହାକୁ ନେଇ ମନ୍ଦିର କମିଟି ଉପରେ ବର୍ଷିଛନ୍ତି ଧାମରା ଗ୍ରାମବାସୀ ।  ମକର ମେଳା ସମୟରେ ଆୟ ହେଉଥିବା ଅର୍ଥକୁ ନିର୍ଦ୍ଧିଷ୍ଟ ବ୍ୟକ୍ତି ଆତ୍ମସାତ କରୁଥିବା ଅଭିଯୋଗ କରିଛନ୍ତି ।  ପୂର୍ବରୁ ଏନେଇ ଗତ ଡିସେମ୍ୱର ୨୪ରେ ବାପୁଜୀ ମାଝୀ ଓ ମନୋଜ ମାଝୀଙ୍କ ତତ୍ତ୍ଵାବଧାନରେ ପ୍ରାୟ ୫୦ରୁ ଅଧିକ ଲୋକ ଭଦ୍ରକ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ।  ଅନ୍ୟପଟେ ଅର୍ଥ ହରିଲୁଟ ଅଭିଯୋଗ ମିଥ୍ୟା ବୋଲି କମିଟି ସଭାପତି ଓ ସମ୍ପାଦକ କହିଛନ୍ତି ।