Odia News Portal

ଦେଶରେ ଓମିକ୍ରନ ମୃତ୍ୟୁ ସଂଖ୍ୟା ୨ ଛୁଇଁଲା

ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଭୟଙ୍କର ରୂପ ନେବାରେ ଲାଗିଛି ଓମିକ୍ରନ । ଭାରତରେ ଆଜି ଦ୍ୱିତୀୟ ମୁଣ୍ଡ ନେଇଛି ଓମିକ୍ରନ । ରାଜସ୍ଥାନରେ ଜଣେ ବୃଦ୍ଧ ଓମିକ୍ରନ ଦ୍ୱାରା ମୃତ୍ୟୁ ବରଣ କରିଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ ରାଜସ୍ଥାନର ଉଦୟପୁରର ଅଟନ୍ତି । ଏହି ବୃଦ୍ଧଙ୍କ ବୟସ ୭୩ ଅଟେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ବ୍ୟକ୍ତିଙ୍କର ଓମିକ୍ରନରେ ମୃତ୍ୟୁ ବରଣ କରିଛନ୍ତି ସେ କରୋନାର ଉଭୟ ଡୋଜ ଟିକା ନେଇଥିଲେ ।
ସୂଚନାଯେଗ୍ୟ ଏହି ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ୧୫ ଡିସେମ୍ବରରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଓ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କ ସାମ୍ପ୍ୟୁଲ ଜିନେମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଜିନେମ ସିକ୍ୱେନ୍ସିଂ ରିପୋର୍ଟରେ ସେ ଓମିକ୍ରନ ଆକ୍ରାନ୍ତ ଥିବା ଜଣାପଡ଼ିଥିଲେ । ତେବେ ଗତକାଲି ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ ଆଜି ସେ ମୃତ୍ୟୁ ବରଣ କରିଛନ୍ତି ।