Odia News Portal

ୟୁଜି ପ୍ରଥମ ବର୍ଷ ୨୦ରୁ କ୍ଲାସରୁମ୍ ପାଠପଢା

ଆସନ୍ତା ୨୦ରୁ କ୍ଲାସରୁମରେ ପାଠ ପଢିବେ ୟୁଜି ପ୍ରଥମ ବର୍ଷର ପିଲା । କଲେଜରେ ପ୍ରଥମ ବର୍ଷ ପିଲାଙ୍କ ପାଇଁ ଶ୍ରେଣୀଗୃହରେ ଆରମ୍ଭ ହେବ ପାଠ । କରୋନା କଟକଣା ସହ କ୍ଲାସ ରୁମରେ ପାଠପଢା ହେବ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ ବାଧ୍ୟତାମୂଳକ କରାଯାଇଛି । ଏନେଇ ସବୁ ଭିସି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । କରୋନା ମହାମାରୀ ଯୋଗୁଁ ଅନେକ ଦିନ ଧରି କଲେଜ ବନ୍ଦ ରହିଥିଲା । ଏବେ କରୋନା ସ୍ଥିତିରେ ସୁଧାର ଆସିବା ପରେ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ହେଲେ ଏହି ସମୟରେ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି ।