କଟକ ରେଳ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ By Swadhikar News Last updated Aug 27, 2025 କଟକ ରେଲୱେ ଷ୍ଟେସନରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଛି। ପ୍ଲାଟଫର୍ମ ନମ୍ବର ୧ରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଛି। ଉପର ସେଡ୍ର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି। ପ୍ରାୟ ୫୦୦ ମିଟରରରୁ ଅଧିକ ଲମ୍ବ ଛାତ ଭୁଶୁଡ଼ି ପଡ଼ିଛି।ତେବେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, କାମ କରୁଥିବା ଶ୍ରମିକଙ୍କ ଉପସ୍ଥାନ ନିଆଯାଇଛି। ସମସ୍ତ ଶ୍ରମିକ ସୁରକ୍ଷିତ ରହିଛନ୍ତି। ସେହିପରି ସିସିଟିଭି କ୍ୟାମେରାରୁ କେହି ଭୁଶୁଡ଼ି ପଡ଼ିଥିବା ଛାତ ଆଡ଼କୁ କେହି ଯାଇ ନଥିବା ଜଣାପଡ଼ିଛି। ତେବେ ଏନେଇ ଅଧିକ ସନ୍ଧାନ ଜାରି ରହିଛି। Cuttack Railway Stationswadhikarswadhikar news Share