Odia News Portal

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ | ମୃତ୍ୟୁର କାରଣ ଏଯାବତ ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନାନୁସାରେ , ଢେଙ୍କାନାଳ ଜିଲ୍ଲା ମୁଖ୍ୟ କାରାଗାରରେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ମୃତ ବିଚାରାଧୀନ କଏଦୀ ହେଲେ ସ୍ଥାନୀୟ ହରିପୁର ଅଞ୍ଚଳର ବ୍ରହ୍ମାନନ୍ଦ ଦେହୁରୀ । ତାଙ୍କ ବସୟ ୪୮ବର୍ଷ ବୋଲି ଜଣାପଡିଛି । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ସଦର ଥାନା ହରିପୁରରେ ।

ବ୍ରହ୍ମାନନ୍ଦ ଢେଙ୍କାନାଳ ଜିଲ୍ଲା କାରାଗାରରେ ୨୦୧୩ ମସିହା ଅଗଷ୍ଟ ୧୩ ତାରିଖରୁ ହତ୍ୟା ଅଭିଯୋଗରେ ଜିଲ୍ଲା କାରାଗାରରେ ସଜ୍ଜା କାଟୁଥିଲେ ।ବ୍ରହ୍ମାନନ୍ଦ ପେଟରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହେବାରୁ ତାଙ୍କୁ ଗତ ରାତିରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।