Odia News Portal

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି | ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାରଙ୍କ । ବିଶ୍ୱସ୍ତରୀୟ କରିବା ପାଇଁ ପାରାଦୀପ ବନ୍ଦରରେ ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ କରା।ଯିବ। ପୋର୍ଟର ନବୀକରଣ ଓ ବିଶ୍ୱସ୍ତରୀୟ ହେବା ପାଇଁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ,କମ ସମୟରେ ଅଧିକ ମାଲ ପରିବହନ ପାଇଁ ବଡ଼ ଜାହାଜ ନିର୍ମାଣ ଚାଲିଛି। ସେସବୁ ଜାହାଜ ଆମ ବନ୍ଦରରେ ଥିବା ଡକ୍ ଭିତରକୁ ଆସିପାରୁନି। ବଡ଼ ଜାହାଜ ଆଣିବାକୁ ଭାରତକୁ ବଡ଼ ବନ୍ଦର ଓ ଡକ୍ ଦରକାର। ନବୀକରଣ ପରେ ପାରାଦୀପ ବନ୍ଦରକୁ ସେସବୁ ଜାହାଜ ଆସିପାରିବ। କେନ୍ଦ୍ର ସରକାର ପୂର୍ବ ଭାରତକୁ ଫୋକସରେ ରଖିଛନ୍ତି। ସେଥିପାଇଁ ପାରାଦୀପ ବନ୍ଦରକୁ ବିକାଶ କରିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି ବନ୍ଦରର ବିକାଶ ଘଟିଲେ ପୂର୍ବ ଭାରତ ଉନ୍ନତି ସମ୍ଭବ ବୋଲି ମତପ୍ରକାଶ ପାଇଛି।