Odia News Portal

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ

ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ମୟୂରଭଞ୍ଜଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯକ୍ରମ  ରହିଥିବାବେଳେ ଗତକାଲି ଟ୍ରେନ ଯୋଗେ ଆସି ରାତି ପ୍ରାୟ ୪ଟା ସମୟରେ ବାଲେଶ୍ୱରରେ ପହଞ୍ଚି ଥିଲେ l ପରେ ସେଠାରୁ ସୋମବାର ସକାଳୁ ପ୍ରାୟ ୮ଟା ସମୟରେ ମୟୁରଭଞ୍ଜ ଅଭିମୁଖେ ବାହାରିଥିଲେ l ଏହି ଗସ୍ତ ସମୟରେ ତାଙ୍କ ସହିତ ରାଜ୍ୟ କ୍ୟାବିନେଟର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ୱର ବିଧାୟକ ମାନସ ଦତ୍ତ ଓ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ମଧ୍ୟ ଉପସ୍ଥିତ ଅଛନ୍ତି l ମନ୍ତ୍ରୀ ଶ୍ରୀ ପ୍ରଧାନ ବାଲେଶ୍ୱରରୁ ବାହାରି ୧୮ନଂ ଜାତୀୟ ରାଜପଥରେ ଆସିବା ସମୟରେ ସକାଳ ପ୍ରାୟ ୯ଟା ସମୟରେ ମୟୂରଭଞ୍ଜର ପ୍ରବେଶ ପଥ କଳମା ଠାରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀର ଶତାଧିକ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେହିଭଳି ପ୍ରଥେମେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାୟ ଓ ଏସପି ବରୁଣ ଗୁଣ୍ଟୁପାଲି ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କଙ୍କୁ ମୟୁରଭଞ୍ଜ ମାଟିରେ ସ୍ୱାଗତ ଜଣାଇଥିଲେ lଏନେଇ ମନ୍ତ୍ରୀ ଶ୍ରୀ ପ୍ରଧାନ ବାଲେଶ୍ୱରରୁ ବାହାରି ୧୮ନଂ ଜାତୀୟ ରାଜପଥରେ ଆସିବା ସମୟରେ ସକାଳ ପ୍ରାୟ ୯ଟା ସମୟରେ ମୟୂରଭଞ୍ଜର ପ୍ରବେଶ ପଥ କଳମା ଠାରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀର ଶତାଧିକ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେହିଭଳି ପ୍ରଥେମେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାୟ ଓ ଏସପି ବରୁଣ ଗୁଣ୍ଟୁପାଲି ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କଙ୍କୁ ମୟୁରଭଞ୍ଜ ମାଟିରେ ସ୍ୱାଗତ ଜଣାଇ ଥିଲେ l ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ନିହାର ମୋଦୀ, ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାପତି ବ୍ରଜମୋହନ ବେହେରା, ରଘୁପୁର ମଣ୍ଡଳ ସଭାପତି ଶାନ୍ତନୁ ପଣ୍ଡା, ବୈଶିଙ୍ଗା ମଣ୍ଡଳ ସଭାପତି ରାଜୀବ ନନ୍ଦୀ, ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ମହିଳା, ସ୍ଥାନୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ବହୁ ଦଳୀୟ କର୍ମୀ ମିଶି ମନ୍ତ୍ରୀଙ୍କୁ ମାଦଳ ବଜେଇ ପାରମ୍ପରିକ ନୃତ୍ୟ ସଂଗୀତର ତାଳେ ତାଳେ ମନ୍ତ୍ରୀଙ୍କୁ ଭଞ୍ଜ ମାଟିକୁ ପାଛୋଟି ଆଣିଥିଲେ l ତେବେ ଜିଲ୍ଲା ପ୍ରବେଶ ପଥରେ ସ୍ଥାନୀୟ ବିଧାୟକ ଶ୍ରୀ ବିଜୁଳିଙ୍କ ଦ୍ଵାରା ନିର୍ମିତ ମୟୂରଭଞ୍ଜ ସ୍ୱାଗତ ତୋରଣକୁ ଦେଖି ମନ୍ତ୍ରୀ ବେଶ୍ ପ୍ରଶଂସା କରିଥିଲେ l