Odia News Portal

୧୦୬ ଦୋକାନ ଗୃହ ବାଣ୍ଟିଲେ ମନ୍ତ୍ରୀ ପ୍ରତାପ ଜେନା

କଟକ: ୧୦୬ ଦୋକାନ ଗୃହ ବଣ୍ଟନ । ସରକାରୀ ଭାବେ ଦୋକାନୀଙ୍କୁ ୧୦୬ଟି ଦୋକାନ ଗୃହ ବଣ୍ଟନ କରାଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଆନୁଷ୍ଠାନିକ ଭାବେ ଏହି ଦୋକାନ ଗୃହ ବଣ୍ଟନ କରିଛନ୍ତି ।

କଟକ ସହର ଭିତରେ ୫ଟି ସ୍ଥାନରେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇ ଥିବା ବେଳେ ସେଠାରେ ୧୬୦ଟି ଦୋକାନ ଗୃହ ନିର୍ମାଣ ହୋଇଛି । ତେବେ ସେଥିମଧ୍ୟରୁ ଆଜି ୧୦୬ଟି ଦୋକାନ ଗୃହ ଦୋକାନୀଙ୍କୁ ବଣ୍ଟନ କରାଯାଇଛି । ସେହିପରି ଆଗକୁ କଟକ ସହରରେ ଅଧିକ ସଂଖ୍ୟକ ଭେଣ୍ଡି ଜୋନ ନିର୍ମାଣ କରିବାଲାଗି ସରକାର ନିଷ୍ପତି ନେଇଛନ୍ତି । ଯାହା ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।