Odia News Portal

ଖସିପଡ଼ିଲା ଆମେରିକାର ସାମରିକ ବିମାନ, ଘଟଣାରେ ସାମିଲ ଥିଲେ ଦୁଇଟି ବିମାନ

ଖସିପଡ଼ିଲା ଆମେରିକାର ସାମରିକ ବିମାନ । ଇରାକରେ ଆମେରିକାର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ । ଆମେରିକାର ସେଣ୍ଟ୍ରାଲ କମାଣ୍ଡଙ୍କ ସୂଚନା ଅନୁଯାୟୀ, ଇରାନ ବିରୋଧରେ ଚାଲିଥିବା ଅଭିଯାନରେ ନିୟୋଜିତ ଏକ ଆମେରିକୀୟ ସାମରିକ ବିମାନ ପଶ୍ଚିମ ଇରାକରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ସାମରିକ ବିମାନଗୁଡ଼ିକୁ ଆକାଶ ମାର୍ଗରେ ଇନ୍ଧନ ଯୋଗାଇବା ପାଇଁ ବ୍ୟବହୃତ ହେଉଥିଲା । ଏହି ଘଟଣା “ଅପରେସନ୍ ଏପିକ ଫ୍ୟୁରି” ସମୟରେ ଘଟିଛି ।

ତେବେ ଏହା ଶତ୍ରୁପକ୍ଷର ଆକ୍ରମଣ ଯୋଗୁଁ ହୋଇନାହିଁ । ଏହି ଘଟଣାରେ ଦୁଇଟି ବିମାନ ସାମିଲ ଥିଲେ। ସେଥିମଧ୍ୟରୁ ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଦ୍ୱିତୀୟ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଏହା ଏକ KC-135 ମଡେଲର ଇନ୍ଧନ ଯୋଗାଣକାରୀ ବିମାନ ଥିଲା, ଯାହା ଯୁଦ୍ଧ ସମୟରେ ଅନ୍ୟ ବିମାନଗୁଡ଼ିକୁ ତେଲ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।