Odia News Portal

ଡିଏ ଭି ପୋଖରୀପୁଟରେ ଉତ୍କଳ ଦିବସ ପାଳିତ

ଡିଏଭି ପୋଖରୀପୁଟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ସାମୂହିକ ଭାବେ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଦଶମ ଶ୍ରେଣୀର ଛାତ୍ରୀ ଡି.ଏସ୍‌. ଅଦିତି ‘ଓଡ଼ିଆ ଅସ୍ମିତା’ ଉପରେ ନିଜର ବକ୍ତବ୍ୟ ରଖିଥିବା ବେଳେ ନବମ ଶ୍ରେଣୀର ଛାତ୍ରୀ ଶ୍ରେୟା ବୈଷ୍ଣବୀ ଉତ୍କଳ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।ନବମ ଶ୍ରେଣୀର ଛାତ୍ର ସାଇ ସୁବିଦିତ୍‌ ସାହୁ ସ୍ୱରଚିତ କବିତା ‘ମୋ ଆଶା ଓ ଓଡ଼ିଶା’କୁ ଉପସ୍ଥାପନ କରିଥିଲେ । ତୃତୀୟରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ନୃତ୍ୟଗୁରୁ ଜଗତଜିତ୍‌  ଦାସଙ୍କ ନିର୍ଦ୍ଦେଶିତ ଅର୍ଦ୍ଧ ଶାସ୍ତ୍ରୀୟ ନୃତ୍ୟ ‘ଆମେ ଉତ୍କଳ ସନ୍ତାନ , ବୀର ମାଟିର ସନ୍ତାନ….’ କୁ ସୁନ୍ଦର ଭାବରେ ପରିବେଷଣ  କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଉପସ୍ଥିତ ବିଦ୍ୟାର୍ଥୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉତ୍କଳ ପ୍ରଦେଶକୁ ସଂଗଠିତ କରିଥିବା ମହାନାୟକଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଉତ୍କଳମାଟିକୁ ସୁରକ୍ଷା ଦେବା ନିମନ୍ତେ ସର୍ବଦା ଜାଗ୍ରତ ରହିବା ତଥା ମାତୃଭୂମିପ୍ରତି ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନ କରିବାକୁ ଆହ୍ୱାନ ଦେଇଥିଲେ । ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀଏହି କାର୍ଯ୍ୟକ୍ରମକୁ ସଂଯୋଜନାକରିଥିଲେ ।ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବିଭାଗୀୟମୁଖ୍ୟ ଶୁଭ୍ରାଂଶୁ ମୋହନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେକ୍ଷଣପ୍ରଭା ନନ୍ଦ , ସୁଜାତା ମହାନ୍ତି , ରଶ୍ମିରଂଜନ ଦାସ, ସନ୍ତୋଷ କୁମାର କର ଆଦିସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ଭବ୍ୟ କାର୍ଯ୍ୟକ୍ରମକୁ ବିଦ୍ୟାର୍ଥୀ ତଥା ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ମନଭରି ଉପଭୋଗ କରିଥିଲେ । ପରିଶେଷରେ ଓଡ଼ିଆ ବିଭାଗର କେଶବ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।