Odia News Portal

ଓଲଟିଲା ପରିବା ବୋଝେଇ ଟ୍ରକ, ଲୋକେ ବୋହିନେଲେ ପରିବା

ଭୁବନେଶ୍ୱର: ବିଚ୍ ରାସ୍ତାରେ ଓଲଟି ପଡ଼ିଲା ପରିବା ବୋଝେଇ ଟ୍ରକ । ଲୋକେ ସହଯୋଗ କଣ କରିବେ ଓଲଟି ପରିବା ବୋହିନେଲେ । କିଏ ବ୍ୟାଗରେ ଲୋଡ଼ କରି ବୋହିନେଲା ତ ଆଉ କିଏ ବସ୍ତାରେ ଲୋଡ଼ କରି ବୋହିଲା । କରୋନା ଗାଇଡ଼ ଲାଇନକୁ ଲୋକେ ଏକ ପ୍ରକାର ଫୁ କରି ଦେଇଥିଲେ । କେହି ବି ମାସ୍କ ପିନ୍ଧି ନଥିଲେ କି ସାମାଜିକ ଦୂରତା କଥା ନକହିବା ଭଲ । ସେପଟେ କେହି ମଧ୍ୟ ମାନବିକତା ଦୃଷ୍ଟିରୁ ଗାଡ଼ିଟି ଉଠିବ ସେ ଚିକନ୍ତା କରି ନଥିଲେ । ତେବେ ଭୁବନେଶ୍ୱର ପଳାଶୁଣି ଓଭର ବ୍ରିଜ୍ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ପରିବା ନେବା ଲାଗି ଲୋକଙ୍କ ମଧ୍ୟରେ ଲାଗି ରହିଥିବା ପ୍ରତିଯୋଗିତାକୁ ମଧ୍ୟ ବହୁ ଲୋକ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।