Odia News Portal

ଲାଞ୍ଚ ନେଉଥିବା ବେଳେ ଥାନା ଭିତରେ ଏଏସ୍ଆଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ମାତ୍ର ୫ ହଜାର ଟଙ୍କାରେ ମାନମହତ ଗଲା । ଯାଜପୁର ଟାଉନ୍ ଥାନାରେ ଭିଜିଲାନ୍ସ ବିଭାଗର ଚଢ଼ାଉ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ବାବୁ  । ଜମିଜମା ବିବାଦର ସମାଧାନ ପାଇଁ ଲାଞ୍ଚ ନେବା ବେଳେ ଯାଜପୁର ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଯାଜପୁର ଟାଉନ ଥାନା ଏଏସଆଇ ନନ୍ଦ କିଶୋର ଦାସ । ଅଭିଯୁକ୍ତ ଏଏସଆଇଙ୍କୁ ଗିରଫ କରିଛି ଯାଜପୁର ଭିଜିଲାନ୍ସ ବିଭାଗ । ସୂଚନା ମୁତାବକ, ଯାଜପୁର ସହର ନିଵାସୀ ଦୋଳଗୋବିନ୍ଦଙ୍କ ଏକ ଜମିଜମା ବିବାଦ ଲାଗି ରହିଥିଲା । ଏହାର ଡିମାରକେସନ କରିବା ସମୟରେ ହୋଇଥିବା ବିବାଦ ନେଇ କେସକୁ ରଫାଦଫା କରିବା ଲାଗି ସମ୍ପୃକ୍ତ ଏଏସଆଇ ଦୋଳଗୋବିନ୍ଦଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଦୋଳ ଭିଜିଲାନ୍ସ ବିଭାଗର ସହାୟତା ଲୋଡ଼ିଥିଲେ ।  ଆଜି ଯାଜପୁର ଭିଜିଲାନ୍ସ ଡିଏସପି ସୁଶୀଲ ଇକାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଯାଜପୁର ଥାନାରେ ଚଢ଼ାଉ କରି ଏଏସଆଇଙ୍କୁ ଟଙ୍କା ନେଉଥିବା ସମୟରେ ଧରି ପକାଇଥିଲେ । ପରେ ତାଙ୍କୁ ଗିରଫ କରିଛନ୍ତି ।