Odia News Portal

ପାଣି ପାଇଁ ୨୬ ନଂ ଜାତୀୟ ରାଜପଥ ଅବରୋଧ, ଗରା ଏବଂ ବାଲ୍‌ଟି ଧରି ଧାରଣାରେ ବସିଲେ ଗ୍ରାମବାସୀ

ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ କେରମେଲି ପଞ୍ଚାୟତ ଲାଚୁଟ ଗ୍ରାମବାସୀ ପାନୀୟ ଜଳ ପାଇଁ ୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଶତାଧିକ ଗ୍ରାମବାସୀ ଗରା, ବାଲ୍‌ଟି ଧରି ଜାତୀୟ ରାଜପଥରେ ଧାରଣା ଦେଇଛନ୍ତି।ସୂଚନା ମୁତାବକ, ଲାଚୁଟ ଗ୍ରାମବାସୀ ବ୍ଲକ ପ୍ରଶାସନକୁ ବାରମ୍ବାର ପାନୀୟ ଜଳ ଯୋଗାଣ ପାଇଁ ଅନୁରୋଧ କରିଥିଲେ ହେଁ ବ୍ଲକ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ଦୁଇଥର ଜାତୀୟ ରାଜପଥ ଅବରୋଧ କରିବା ପାଇଁ ଗ୍ରାମବାସୀ ପ୍ରସ୍ତୁତି ଚଲାଇଥିବାବେଳେ ପ୍ରଶାସନ ଯଥାଶୀଘ୍ର ପାନୀୟ ଜଳ ଯୋଗାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଅଦ୍ୟାବଧି ପ୍ରଶାସନ ତରଫରୁ ଜଳ ଯୋଗାଣ ପାଇଁ କୌଣସି ପଦକ୍ଷେପ ନିଆ ନଯିବାରୁ ଗୁରୁବାର ସକାଳ ୮ଟା୩୦ରୁ ଲାଚୁଟ ଗାଁର ଶତାଧିକ ଗ୍ରାମବାସୀ ଗରା, ବାଲ୍‌ଟି ଧରି ଜାତୀୟ ରାଜପଥ ଅବରୋଧ କରିଛନ୍ତି।