ରାଜ୍ୟରେ ବନ୍ୟା ପାଇଁ ଆଉ ଡରିବାର ନାହିଁ। ବନ୍ୟା ସ୍ଥିତି ରେ ଧୀରେ ଧୀରେ ସୁଧାର ଆସୁଥିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ସୁବର୍ଣ୍ଣରେଖା ବ୍ୟତୀତ ଅନ୍ୟ ସବୁ ନଦୀ ବିପଦ ସଂକେତ ତଳେ ଅଛି । ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ ,ଜଳକା ବିପଦ ସଂକେତ ତଳେ ଅଛି । ରେମୁଣା ଓ ଜଳେଶ୍ୱରରେ ସ୍ଥିତିରେ ସୁଧାର ଆସିଛି । ଯାଜପୁର ଓ ଭଦ୍ରକ ଜିଲ୍ଲାରେ ୨୪ ଘଣ୍ଟାରେ ଆହୁରି ସୁଧାର ଆସିବ । ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।ସୁବର୍ଣ୍ଣରେଖାରେ ଝାଡ଼ଖଣ୍ଡ ପାଣି ଛାଡିବାରୁ ରାତି ୩ଟାରେ ବିପଦ ସଂକେତ ଉପରକୁ ଯାଇଥିଲା । ସକାଳ ୬ଟା ପରେ ଏହା ଖସିବାକୁ ଲାଗିଲାଣି । CWC ଆକଳନ ଅନୁସାରେ ସନ୍ଧ୍ୟା ୬ଟା ଏହା ଆହୁରି ଖସିବ । ବାଲିଆପାଳ ଓ ଭୋଗରାଇରେ ବନ୍ୟା ହୋଇଛି । ଓଡ୍ରାଫ ଟିମ୍ ମହଜୁଦ ଅଛନ୍ତି । ରାଜ୍ୟର ୬ ଜିଲ୍ଲା, ୩୪ ବ୍ଲକ୍, ୨୨୬ ଗ୍ରାମ ପଞ୍ଚାୟତ, ୭୪୩ ଗାଁ ପ୍ରଭାବିତ ହୋଇଛନ୍ତି । ୧୨ ଲକ୍ଷ ୮୭ ହଜାର ଲୋକ କ୍ଷତି ସହିଛନ୍ତି । ୮୪,୬୬୭ ଲୋକ ସ୍ଥାନାନ୍ତର ହୋଇଥିବା ସ୍ବତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି ।
