Odia News Portal

ପାଣି ପାଣି ଚେନ୍ନାଇ

ଚେନ୍ନାଇ: ବର୍ଷାରେ ବେହାଲ ତାମିଲନାଡ଼ୁ । ବାଦଲ ଫଟା ବର୍ଷାରେ ସାରା ରାଜ୍ୟ ଏବେ ପାଣି ପାଣି ହୋଇଛି । ୧୪ରୁ ଅଧିକ ଜୀବନ ଗଲାଣି । ରାଜଧାନୀ ଚେନ୍ନାଇରେ ଏବେ ବି ଜାରି ରହିଛି ବର୍ଷା ବିତ୍ପାତ । ୟ ୧୫ ଘଣ୍ଟାରେ ବର୍ଷାରେ ବେହାଲ ହୋଇଛି ଚେନ୍ନାଇ। ବର୍ଷାରେ ଏବେ ଯାଏ ୧୪ଜଣଙ୍କ ମୃତ୍ୟୁ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ବୁଧବାର ସନ୍ଧ୍ୟାରୁ ରାଜଧାନୀ ଚେନ୍ନାଇ ସମେତ ଚେଙ୍ଗଲାପେଟ, ତିରୁଭାଲୁର , କାଞ୍ଜିପୁରମ୍ ଓ ଭିଲୁପୁରମ ଅଞ୍ଚଳରେ ବର୍ଷା ଲାଗି ରହିଛି। ରବିବାର ଠାରୁ ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି।

ଚେନ୍ନାଇର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ବିମାନବନ୍ଦର ପାଣିରେ ବୁଡ଼ି ରହିଥିବାରୁ ବିମାନ ଚଳାଚଳ କିଛି ଘଣ୍ଟା ଯାଏ ବନ୍ଦ କରାଯାଇଥିଲା। ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଗୁରୁବାର ସନ୍ଧ୍ୟାରେ ତାମିଲନାଡ଼ୁ ଉପକୂଳ ଛୁଇଁଥିବା ବେଳେ କ୍ରମଶଃ ଏହା ଦୁର୍ବଳ ହେବାରେ ଲାଗିଛି। ଫଳରେ ଚେନ୍ନାଇ ସମେତ ରାଜ୍ୟର କେତେବ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନାର ଆଶାଙ୍କା ହ୍ରାସ ପାଇଛି।