Odia News Portal

ରାଜ୍ୟରେ ସଂକ୍ରମଣ ବଢ଼ିଲେ ମାସ୍କ ଲାଗି ନୂଆ ନିୟମ ଆସିପାରେ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କରୋନା ରୋକିବା ପାଇଁ ମାସ୍କ ପିନ୍ଧିବା ସହ ଭିଡରୁ ଦୂରେଇ ରହିବା ଦରକାର । ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଆମକୁ ବି ସତର୍କ ରହିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଦିଲ୍ଲୀ, ପଞ୍ଜାବରେ ସଂକ୍ରମଣ ହାର ବଢିବା ପରେ ମାସ୍କ ପୁଣି ବାଧ୍ୟତାମୂଳକ କରଯାଇଛି । ଯଦି ଆମ ରାଜ୍ୟରେ ସଂକ୍ରମଣ ବଢ଼େ, ତାହା ହେଲେ ମାସ୍କ ଲାଗି ନୂଆ ନିୟମ ଆସିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଅଛି । ସରକାର ବାରମ୍ବାର କହୁଛନ୍ତି, ଯଦି ଆବଶ୍ୟକ ପଡ଼ିବ, ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢ଼ାଯିବ । ଔଷଧ, ଅକ୍ସିଜେନ ରାଜ୍ୟରେ ମହଜୁଦ ଅଛି ବୋଲି ବିଜୟ ମହାପାତ୍ର କହିଛନ୍ତି ।