ରାଜଧାନୀରେ କଲ୍ବଲ୍ କରୁଛି ତାତି
ରାଜଧାନୀ ଭୁବନେଶ୍ୱର ସହ ସାରା ରାଜ୍ୟରେ ପ୍ରବଳ ତାତି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରୀ ୩୭.୨ଡିଗ୍ରୀ । ଭୁବନେଶ୍ୱର ଭଳି ଝାରୁସୁଗୁଡାରେ ମଧ୍ୟ ତାତି ୩୭.୨ ଡିଗ୍ରୀ ଛୁଇଁଲା । ଚାନ୍ଦବାଲି ୩୭, ବାଲେଶ୍ୱର ଓ ସମ୍ବଲପୁର ୩୬ ଡିଗ୍ରୀ ସେଲସିୟସ ଛୁଇଁଲା । ହୀରାକୁଦ ୩୫.୪, କେନ୍ଦୁଝର ଓ ଗୋପାଳପୁର ୩୫ ଡିଗ୍ରୀ ।
