Odia News Portal

ମଧ୍ୟାହ୍ଣ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୮ ଡିଗ୍ରି, ଝାରସୁଗୁଡ଼ାରେ ସବୁଠାରୁ ଅଧିକ

ବଢୁଛି ତାତି। ଦିନକୁ ଦିନ ଅସହ୍ୟ ହେବାକୁ ଲାଗିଲାଣି ଖରା ଓ ଗରମ। ରାଜ୍ୟରେ ଏବେ ପ୍ରଚଣ୍ଡ ଖରା ଜାରି ରହିଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡ଼ାରେ ସର୍ବାଧିକ ୩୮.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସବୁଠାରୁ କମ୍‌ ତାପମାତ୍ରା ରହିଥିବା ସ୍ଥାନ ହେଉଛି ପାରାଦ୍ବୀପ। ଏଠାରେ ଆଜି ୩୪.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

ସେହିପରି ରାଜଧାନୀ ଭୁବନେଶ୍ବରେ ୩୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଚାନ୍ଦବାଲି‌ରେ ୩୮.୪ ଡିଗ୍ରି, ବାଲେଶ୍ୱରରେ ୩୮.୨ ଡିଗ୍ରି, ପୁରୀରେ ୩୮ଡିଗ୍ରି, ସମ୍ବଲପୁରରେ ୩୭.୮ ଡିଗ୍ରି, ହୀରାକୁଦରେ ୩୭.୬ ଡିଗ୍ରି, ଗୋପାଳପୁରରେ ୩୭.୪ ଡିଗ୍ରି ଓ କେନ୍ଦୁଝରରେ ୩୭ ଡିଗ୍ରି ରେକର୍ଡ ହୋଇଛି।