Odia News Portal

ଗରମ ଓ ଗୁଳୁଗୁଳିର ଆଉ ଗୋଟିଏ ଦିନ

ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡ଼ା ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏହି ଦୁଇ ସହରରେ ତାପମାତ୍ରା ଥିଲା ୪୨ ଦଶମିକ ୬ ଡିଗ୍ରୀ ସେଲସିୟସ। ରାଜଧାନୀ ଭୁବନେଶ୍ୱରରେ ୩୯.୮ ଡିଗ୍ରୀ ତାପମାତ୍ରା ସହ ୪୬ ପ୍ରତିଶତ ଆଦ୍ରତା ରେକର୍ଡ ହୋଇଛି।

ଦିନ ୧୧ଟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ତାପମାତ୍ରା

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ସମ୍ବଲପୁର: ୪୨.୬ ଡ଼ିଗ୍ରୀ
ଝାରସୁଗୁଡା: ୪୨.୬ ଡ଼ିଗ୍ରୀ
ହୀରାକୁଦ: ୪୧.୮ ଡ଼ିଗ୍ରୀ
ଭୁବନେଶ୍ୱର: ୩୯.୮ ଡ଼ିଗ୍ରୀ
କେନ୍ଦୁଝର: ୩୯ ଡ଼ିଗ୍ରୀ
ଚାନ୍ଦବାଲି: ୩୭.୬ ଡ଼ିଗ୍ରୀ
ବାଲେଶ୍ୱର:୩୫ ଡ଼ିଗ୍ରୀ
ପୁରୀ: ୩୪.୪ ଡ଼ିଗ୍ରୀ
ପାରାଦୀପ: ୩୩.୮ ଡ଼ିଗ୍ରୀ
ଗୋପାଳପୁର: ୩୩ ଡ଼ିଗ୍ରୀ